ଜମ୍ମୁ-କାଶ୍ମୀରର ପହଲଗାମରେ ଘଟିଥିବା ଆତଙ୍କୀ ଆକ୍ରମଣକ ପରେ ଭାରତ ପାକିସ୍ତାନ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାରେ ଆରମ୍ଭ କରିଛି। ପାକିସ୍ତାନ ସହ ବଢୁଥିବା ଉତ୍ତେଜନା ମଧ୍ୟରେ ଭାରତ କଲା ଡିଜିଟାଲ ଷ୍ଟ୍ରାଇକ୍ । ପାକିସ୍ତାନୀ ସରକାରର ଆନୁଷ୍ଠାନିକ ଏକ୍ସ ଆକାଉଣ୍ଟକୁ ବ୍ୟାନ କରିଛି ଭାରତ । ଏବେ ପାକିସ୍ତାନର ଆକାଉଣ୍ଟ ଭାରତରେ ଖୋଲିବ ନାହିଁ ।

ଏହା ପୂର୍ବରୁ ଗତକାଲି ଭାରତ ସିସିଏସ ବୈଠକରେ ପାଞ୍ଚ ବଡ ନିର୍ଣ୍ଣୟ ନେଇଥିଲା । ସିନ୍ଧୁ ଜଳ ଚୁକ୍ତିନାମାଠୁ ନେଇ ଅଟାରୀ ଚେକ ପୋଷ୍ଟ ପର୍ଯ୍ୟନ୍ତ ଭାରତ କଠୋର ପଦକ୍ଷେପ ନେଇଛି । ଅନ୍ୟପଟେ ପାକିସ୍ତାନରେ ଭୟର ମାହୋଲ ରହିଛି । ଏଥିସହ ସାର୍କ ଭିସା ଯୋଜନା ଜରିଆରେ ଏବେ ଆଉ ପାକିସ୍ତାନୀ ନାଗରିକଙ୍କୁ ଭାରତ ଯାତ୍ରା ଅନୁମତି ମିଳିବ ନାହିଁ। ପୂର୍ବରୁ ପାକିସ୍ତାନୀ ନାଗରିକଙ୍କ ପାଇଁ ଜାରି ହୋଇଥିବା ସବୁ ପ୍ରକାରର ଭିସା ରଦ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ଆଉ ଆଜି ଭାରତ ପାକିସ୍ତାନ ସରକାରଙ୍କ ସୋସିଆଲ ମିଡିଆ ମଧ୍ୟ ବ୍ୟାନ୍‌ କରିଛି ।

Leave a Reply

Your email address will not be published. Required fields are marked *