ଜମ୍ମୁ-କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କୀ ହମଲା ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ପୁଣି ଥରେ ଚରମରେ ପହଞ୍ଚିଛି । ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେଇଛି ଭାରତ। ପାକିସ୍ତାନ ନାଗରିକଙ୍କ ପାଇଁ ଭିସା ବାତିଲ କଲା ଭାରତ । ଯେଉଁ ପାକିସ୍ତାନୀମାନେ ଭାରତରେ ଅଛନ୍ତି, ସେମାନେ ୭୨ ଘଣ୍ଟା ମଧ୍ୟରେ ଦେଶ ଛାଡ଼ିବାକୁ ନିର୍ଦ୍ଦେଶ । ମେଡିକାଲ ଭିସାରେ ଥିଲେ ଆସନ୍ତା ୨୯ରୁ ରଦ୍ଦ ହୋଇଯିବ ଭିସା । ଭିସା ଅବଧି ଶେଷ ହେବା ପୂର୍ବରୁ ନିଜ ଦେଶକୁ ଫେରିଯିବାକୁ ନିର୍ଦ୍ଦେଶ ଜାରି କଲେ କେନ୍ଦ୍ର ସରକାର । ଏହା ସହ ସମସ୍ତ ପାକିସ୍ତାନୀଙ୍କୁ ୩ ଦିନ ଭିତରେ ଭାରତ ଛାଡିବାକୁ ନିର୍ଦ୍ଦେଶ ମିଳିଛି । ଭିସା କେବଳ ୨୭ ଏପ୍ରିଲ ଯାଏଁ ମାନ୍ୟ ରହିଛି । ପାକ୍ ନାଗରିକଙ୍କ ମେଡିକାଲ ଭିସା ୨୯ ଏପ୍ରିଲ ଯାଏଁ ମାନ୍ୟ ରହିଛି । ଅନ୍ୟପଟେ ଭାରତ ଗତକାଲି ଅଟାରୀ- ୱାଘା ସୀମା ବନ୍ଦ କରିଦେଇଥିଲା । ଆଜି ପାକିସ୍ତାନ ୱାଘା ସୀମା ବନ୍ଦ କରିଦିଆଯାଇଛି । ସେହିପରି ପାକିସ୍ତାନ ନିଜର ଆକାଶ ମାର୍ଗ ଭାରତ ପାଇଁ ବନ୍ଦ କରିଛି । ପାକିସ୍ତାନ ଭାରତରୁ ଯାତାୟାତ କରୁଥିବା କମର୍ସିଆଲ ଫ୍ଲାଇଟଙ୍କ ନିମନ୍ତେ ଏୟାରସ୍ପେସ୍ କୁ ବନ୍ଦ କରିଛି। ପାକିସ୍ତାନର ଶାହବାଜ ସରକାରଙ୍କ ଅନୁସାରେ ଏବେ ଭାରତୀୟ ଫ୍ଲାଇଟସ୍ ଙ୍କୁ ପାକିସ୍ତାନୀ ଏରୋ ସ୍ପେସରେ ପ୍ରବେଶ ଅନୁମତି ମିଳିବ ନାହିଁ। ଏହା ସହ ୧୯୭୨ ସିମ୍ଲା ଶାନ୍ତି ଚୁକ୍ତି ବାତିଲ୍ କରିଛି ପାକିସ୍ତାନ । ସୂଚନା ଯୋଗ୍ୟ; ଭାରତ ଏବଂ ପାକିସ୍ତାନର ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ସ୍ୱାକ୍ଷରିତ ସିମଲା ଚୁକ୍ତି ଏପରି ଏକ ଚୁକ୍ତି ଥିଲା ଯାହା ଦୁଇ ଦେଶ ମଧ୍ୟରେ ଭବିଷ୍ୟତର ଦ୍ୱିପାକ୍ଷିକ ସମ୍ପର୍କକୁ ପରିଚାଳନା କରୁଥିବା ନୀତିଗୁଡ଼ିକୁ ସ୍ଥିର କରିଥିଲା। ଏହା ୧୯୭୧ ମସିହାରେ ଭାରତ-ପାକିସ୍ତାନ ଯୁଦ୍ଧର ୮ ମାସ ପରେ ଅର୍ଥାତ ୦୨ ଜୁଲାଇ ୧୯୭୨ରେ ସ୍ୱାକ୍ଷରିତ ହୋଇଥିଲା । ଏହି ଚୁକ୍ତିଦ୍ୱାରା ଦୁଇ ଦେଶ କାଶ୍ମୀର ବିବାଦ ସମ୍ପର୍କିତ ସମସ୍ତ ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଚର୍ଚ୍ଚା କରିବାକୁ ସହମତ ହୋଇଥିଲେ । ଭାରତଦ୍ୱାରା ଏହା ଭାରତ-ପାକିସ୍ତାନ ସମ୍ପର୍କକୁ ସାଧାରଣ କରିବା ଓ ଶାନ୍ତି ସ୍ଥାପନାର ପ୍ରୟାସ ଥିଲା । ଏହା ବାଂଲାଦେଶ ମୁକ୍ତି ଯୁଦ୍ଧରେ ପାକିସ୍ତାନୀ ରାଜ୍ୟ ସୈନ୍ୟ ବିରୁଦ୍ଧରେ ଲଢୁଥିବା ବଙ୍ଗୀୟ ବିଦ୍ରୋହୀଙ୍କ ସହଯୋଗୀ ଭାବରେ ଭାରତର ହସ୍ତକ୍ଷେପ କରିବା ପରେ ଆରମ୍ଭ ହୋଇଥିଲା । ଯୁଦ୍ଧରେ ଭାରତୀୟ ହସ୍ତକ୍ଷେପ ନିର୍ଣ୍ଣାୟକ ପ୍ରମାଣିତ ହୋଇଥିଲା ଏବଂ ପୂର୍ବ ପାକିସ୍ତାନ, ପାକିସ୍ତାନରୁ ବିଚ୍ଛିନ୍ନ ହୋଇ ସ୍ୱାଧୀନ ବାଂଲାଦେଶର ଉତ୍ପତ୍ତି ହୋଇଥିଲା । Post navigation ମହାସୁଆର ନିଯୋଗର ଚେତାବନୀ: ଦୀଘାରେ ଜଗନ୍ନାଥ ମନ୍ଦିର ଉଦ୍ଘାଟନୀ ଦିନ ରୋଷ କାର୍ଯ୍ୟରେ ସାମିଲ ହେଲେ ହେବେ ବାସନ୍ଦ