ରାଜଧାନୀରେ ଲୋୟର ପିଏମଜିରେ ଶହ ଶହ ପାଚିକା ସଂଘ ମହିଳାଙ୍କ ଆନ୍ଦୋଳନ । ଦାବି ପୂରଣ ପାଇଁ ଆନ୍ଦୋଳନକୁ ଓହ୍ଲାଇଛନ୍ତି ପାଚିକା ସଂଘ । ନିଖିଳ ଓଡିଶା ମଧ୍ୟାହ୍ନ ଭୋଜନ ପାଚିକା ମହାସଂଘର ଆନ୍ଦୋଳନ କରିଛନ୍ତି । ୧୦ ଦଫା ଦାବି ନେଇ ପାଚିକା ଗଣଧାରଣା ରେ ବସିଛନ୍ତି । ଦୈନିକ ୪୫୨ ଟଙ୍କା ହିସାବରେ ମାସିକ ୧୩, ୫୦୦ ଟଙ୍କା ପାରିଶ୍ରମିକ ଦେବାକୁ ଦାବି କରିଛନ୍ତି ।

ମଧ୍ୟାହ୍ନ ଭୋଜନ, ଶିକ୍ଷା ବିକାଶ ଭଳି ଗୁରୁତ୍ବପୂର୍ଣ ଭିତ୍ତିଭୂମିରେ ଦୀର୍ଘ ବର୍ଷ କାର୍ଯ୍ୟକରି ଆସୁଛନ୍ତି।କିନ୍ତୁ ଏଯାଏଁ ସରକାରଙ୍କ ଦ୍ବାରା ପ୍ରଦତ୍ତ ପାରିଶ୍ରମିକ ଦୈନିକ ଶହେ ଟଙ୍କା ପଡୁଛି। ବାସ୍ତବରେ ଉକ୍ତ ପାରିଶ୍ରମିକ ମାଆ ମାନଙ୍କର ଭୋକ ମେଣ୍ଟାଇବାରେ ସହାୟକ ହେଉନାହିଁ।ଏଣୁ ସରକାର ଘୋଷଣା କରିଥବା ପାରିଶ୍ରମିକ ପୁନଃ ବିଚାର କରି ମାସିକ ୩ ହଜାର ଟଙ୍କା ବଦଳରେ ଦୈନିକ ସର୍ବନିମ୍ନ ମଜୁରୀ ୪୫୨ ଟଙ୍କା ହିସାବରେ ମାସିକ ୧୩୫୬୦ ଟଙ୍କା ଦେବାକୁ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *