କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ଓଡ଼ିଶାରୁ ୩୪ ଲକ୍ଷ ୯୫ ହଜାର ୧୪୭ ଚାଷୀ ସାମିଲ ହୋଇଛନ୍ତି । ଏନେଇ ଆଜି ସୂଚନା ଦେଇଛନ୍ତି କୃଷି ସଚିବ ଅରବିନ୍ଦ ପାଢ଼ୀ । ସେ କହିଛନ୍ତି ୧୮ତମ କିସ୍ତି ପ୍ରଦାନ ବେଳେ ବାଦ ପଡ଼ିଥିବା ଚାଷୀ ଏଥର ସାମିଲ ହୋଇଛନ୍ତି । ସ୍ଵତନ୍ତ୍ର ଡ୍ରାଇଭ୍ ଜରିଆରେ କୃଷି ବିଭାଗ ପକ୍ଷରୁ ସମସ୍ତ ଚାଷୀ ସାମିନ କରାଯାଇଛି । ମନ୍ତ୍ରୀ ଆଉ ମଧ୍ୟ କହିଛନ୍ତି ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ଗତ ଥର ଅପେକ୍ଷା ଏଥର ୩ ଲକ୍ଷ ୪୩ ହଜାର ୪୪୭ ବୃଦ୍ଧି ଘଟିଛି । ଯେଉଁ ଚାଷୀମାନେ ପିଏମ୍ କିଷାନ ଯୋଜନାରୁ ବାଦ ପଡ଼ିଛନ୍ତି ପରେ ପୋର୍ଟାଲରେ ଆବେଦନ କରିପାରିବେ ବୋଲି ସୂଚନା ଦେଇଛନ୍ତି ସଚିବ । Post navigation ନନ୍ଦନକାନନରେ ଏକ ଶାବକ ଜନ୍ମ ଦେଲା ବାଘୁଣୀ ‘ଅଙ୍କିତା’ ଚାମ୍ପିଅନ୍ସ ଟ୍ରଫିରେ ଆତଙ୍କୀ ସତର୍କତା; ବିଦେଶୀ ନାଗରିକଙ୍କୁ ଅପହରଣ ଯୋଜନା ନେଇ ପାକିସ୍ତାନ ଗୁଇନ୍ଦା ବିଭାଗର ସୂଚନା