ଫିଲିପାଇନ୍ସରେ ପ୍ରକୃତି ତାର କରାଳ ରୂପ ଦେଖାଇଛି । ଫିଲିପାଇନ୍ସରେ ତାଣ୍ଡବ ରଚିଲା ଘୂର୍ଣ୍ଣିଝଡ଼ ‘ଟ୍ରାମି’ । ଏହାର ପ୍ରଭାବରେ ବର୍ଷା, ପବନ ସହ ଭୂସ୍ଖଳନ ମଧ୍ୟ ହୋଇଛି । ଏହି ଘୂର୍ଣ୍ଣଝଡ଼ ପ୍ରଭାବରେ ଶତାଧିକ ଲୋକଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଏହା ସହିତ ୪୦ ଜଣ ନିଖୋଜ ଅଛନ୍ତି । ଭୟଙ୍କର ବନ୍ୟା ପରେ ଭୂସ୍ଖଳନ ହେବା ଯୋଗୁଁ ଅନେକ ଘର କ୍ଷତିଗ୍ରସ୍ତ ହୋଇଛି ।

ସୂଚନା ଯୋଗ୍ୟ; ଶୁକ୍ରବାର ଉତ୍ତର-ପଶ୍ଚିମ ଦିଗରୁ ଟାଇଫୁନ୍ ‘ଟ୍ରାମି’ ଫିଲିପାଇନ୍ସରେ ମାଡ଼ ହୋଇଛି । ଯାହାଦ୍ୱାରା ଲକ୍ଷାଧିକ ଲୋକ ପ୍ରଭାବିତ ହୋଇଛନ୍ତି । ଏଥିରେ ୧୩୬ରୁ ଉର୍ଦ୍ଧ୍ୱ ଲୋକଙ୍କର ପ୍ରାଣ ହାନି ହୋଇଥିବା ବେଳେ ୪୦ରୁ ଅଧିକ ନିଖୋଜ ଅଛନ୍ତି । ଘୂର୍ଣ୍ଣିଝଡ଼ ଯୋଗୁ ପ୍ରାୟ ୪୨ ଲକ୍ଷ ଲୋକ ପ୍ରଭାବିତ ହୋଇଥିଲା ରାଷ୍ଟ୍ରପତି ଫର୍ଡିନାଣ୍ଡ ମାର୍କୋସ କହିଛନ୍ତି । ପ୍ରବଳ ବର୍ଷା ସହ ଅନେକ ସ୍ଥାନରେ ଭୂସ୍ଖଳନ ମଧ୍ୟ ହୋଇଛି ।

ଅନ୍ୟପଟେ ଏବେ ମଧ୍ୟ ଏକାଧିକ ଲୋକ ପାଣି ଘେରରେ ରହିଛନ୍ତି । କିଛି ଲୋକ ଭୂସ୍ଖଳରେ ମାଟି ତଳେ ପୋତି ହୋଇ ରହିଥିଲା ଆଶଙ୍କା କରାଯାଉଛି । ସେହିପରି ପ୍ରାୟ ୫ ଲକ୍ଷ ଲୋକ ଘୂର୍ଣ୍ଣି ଝଡ଼ ପୂର୍ବରୁ ସ୍ଥାନ ଛାଡ଼ି ପଳାୟନ କରିଥିବା ଜଣାପଡ଼ିଛି । ପ୍ରାୟ ୧ ଲକ୍ଷରୁ ଅଧିକ ଲୋକ ଘର ଛାଡି ସୁରକ୍ଷତି ସ୍ଥାନକୁ ସ୍ଥାନାନ୍ତର ହୋଇଛନ୍ତି । ସରକାରଙ୍କ ପକ୍ଷରୁ ଉଦ୍ଧାର କାର୍ଯ୍ୟକୁ ଜୋରଦାର କରାଯାଇଛି । ଉଦ୍ଧାର ଏବଂ ସ୍ଥାନାନ୍ତର କାର୍ଯ୍ୟରେ ୧୫୦୦ ପୋଲିସ କର୍ମୀ ନିୟୋଜିତ ରହିଛନ୍ତି । ପ୍ରଭାବିତ ଲୋକଙ୍କୁ ଉଦ୍ଧାର ପାଇଁ ସମସ୍ତ ପ୍ରକାରର ଚେଷ୍ଟା ଚାଲିଛି । ଲୋକଙ୍କ ପାଖରେ ରିଲିଫ ସାମଗ୍ରୀ ପହଞ୍ଚାଇବା ପାଇଁ ଚେଷ୍ଟା ଚାଲିଛି ।

Leave a Reply

Your email address will not be published. Required fields are marked *