ଶିକ୍ଷକଙ୍କ ଯୋଗ୍ୟତା ନିର୍ଦ୍ଧାରଣ ପାଇଁ ଆବଶ୍ୟକ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା ଓଟିଇଟି ଆସନ୍ତା ୧୭ ତାରିଖରେ ହେବ । ଡିସେମ୍ବର ୧୭ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଓଟିଇଟି ପରୀକ୍ଷାର ସମୟ ବଦଳିଛି । ଏହାର ସମୟ ୩୦ ମିନିଟ୍ ପରିବର୍ତ୍ତନ କରାଯାଇଛି । ପୂର୍ବରୁ ପେପର-୨ ପରୀକ୍ଷା ସମୟ ଅପରାହ୍ନ ୧.୩୦ ରୁ ୪ଟା ଯାଏଁ ପରୀକ୍ଷା ଅନୁଷ୍ଠିତ ହେବାର ଥିଲା । ଏବେ ଏହା ଅପରାହ୍ନ ୨ଟାରୁ ୪.୪୦ ଯାଏଁ ଅନୁଷ୍ଠିତ ହେବ । ଓଟିଇଟି ପେପର-୧ ପରୀକ୍ଷା ସକାଳ ୯ ରୁ ସାଢ଼େ ୧୧ ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ପେପର ୧ ପାଇଁ ୪୭,୭୨୦ ଜଣ ପ୍ରାର୍ଥୀ ଏବଂ ପେପର ୨ ପାଇଁ ୧୨,୬୫୯ ଜଣ ପ୍ରାର୍ଥୀ ପଞ୍ଜୀକୃତ କରିଛନ୍ତି । Post navigation Vijay Hazare Trophy: ବିଜୟ ହଜାରେ ଟ୍ରଫି ପାଇଁ ଓଡିଶା କ୍ରିକେଟ ଦଳ ଘୋଷିତ Bhadrak Encounter: ଭଦ୍ରକରେ ଦୁର୍ଦ୍ଦାନ୍ତ ଅପରାଧୀକୁ ଏନ୍କାଉଣ୍ଟର