ଅଦାଲତ ଅବମାନନା ମାମଲାରେ ନଗର ଉନ୍ନୟନ ସଚିବ ଉଷା ପାଢ଼ୀଙ୍କୁ ଓଡିଶା ହାଇକୋର୍ଟ ହାଜିରା ନିର୍ଦ୍ଦେଶ ଦେଇଛନ୍ତି । ଖାଲି ଏତିକି ନୁହେଁ ସଚିବଙ୍କ ସହ ପୌର ପ୍ରଶାସନ ନିର୍ଦ୍ଦେଶକ ଗଗନ ବିହାରୀ ସ୍ବାଇଁ, ଟାଉନ ପ୍ଲାନିଂ ନିର୍ଦ୍ଦେଶକ ତଥା ସ୍ବତନ୍ତ୍ର ସଚିବ ସୁଶାନ୍ତ ମିଶ୍ର, କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଓ ସାହେବ ସିନ୍ଦେ ଓ ଆଠଗଡ଼ ସ୍ଵତନ୍ତ୍ର ପ୍ଲାନିଂ ଅଥରିଟିର କର୍ତ୍ତୃପକ୍ଷଙ୍କୁ ମଧ୍ୟ ପରବର୍ତ୍ତୀ ଶୁଣାଣିରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ହାଜିରା ସୁନିଶ୍ଚିତ ପାଇଁ ପୋଲିସ କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ୩୦ ତାରିଖ ସକାଳ ୧୦ଟା ୩୦ରେ ହାଜର ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଜାନୁଆରି ୩୦ ତାରିଖରେ ସେମାନେ ହାଜର ହୋଇ ପୂର୍ବ ନିର୍ଦ୍ଦେଶ କାହିଁକି ପାଳନ କରାଯାଇ ନାହିଁ ସେ ନେଇ ସ୍ପଷ୍ଟୀକରଣ ରଖିବେ । ତେବେ ଏହା ମଧ୍ୟରେ ଅଦାଲତଙ୍କ ନିର୍ଦ୍ଦେଶ ପାଳନ କରିଥିଲେ ଆଉ ସେ ହାଜର ହେବେନି । Post navigation State-Level Republic Day Parade At Bhubaneswar: ରାଜ୍ୟସ୍ତରୀୟ ଗଣତନ୍ତ୍ର ଦିବସ ପରେଡ୍ ପାଇଁ ଜୋରସୋରରେ ଅଭ୍ୟାସ