ରାଜ୍ୟସଭା ଅଧ୍ଯକ୍ଷ ସଭାପତି ଜଗଦୀପ ଧନଖଡଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବାକୁ ପ୍ରସ୍ତୁତି ଚଳାଇଛନ୍ତି ବିରୋଧୀ ଦଳଗୁଡିକ । ବିରୋଧୀ ଦଳର ଅନ୍ୟୁନ ୭୦ ସାଂସଦ ଏହି ପ୍ରସ୍ତାବ ଉପରେ ଦସ୍ତଖତ କରିଥିବା ଜଣାପଡିଛି । ଏଥିରେ ଇଣ୍ଡି ମେଣ୍ଟରେ ସାମିଲ ସପା, ତୃଣମୂଳ କଂଗ୍ରେସ ଏବଂ ଆପ୍ ଆଦି ଦଳର ସାଂସଦ ସାମିଲ ଅଛନ୍ତି । ଏହାପୂର୍ବରୁ ଗତ ଅଗଷ୍ଟରେ ବି ଅଧକ୍ଷ ଜଗଦୀପ ଧନଖଡ ଏବଂ ବିରୋଧୀ ନେତାଙ୍କ ମଧ୍ୟରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା । ସେତେବେଳେ ବିରୋଧୀ ଦଳଗୁଡିକ ଧନଖଡଙ୍କ ବିରୋଧରେ ମାତ୍ର ୨୦ ସାଂସଦଙ୍କ ସମର୍ଥ ଜୁଟାଇପାରିଥିଲା । ତେଣୁ ପରେ ମାମଲାଟି ଥଣ୍ଡା ପଡିଯାଇଥିଲା ।

 

ସଂସଦ ବାହାରେ କଂଗ୍ରେସ ସାଂସଦ ଦିଗବିଜୟ ସିଂହ କହିଥିଲେ ଯେ, ମୁଁ ମୋ ପୂରା ରାଜନୈତିକ ଜୀବନକାଳ ମଧ୍ୟରେ କେବେବି ଏତେ ପକ୍ଷପାତପୂର୍ଣ ସଭାପତି ଦେଖିନାହିଁ । ସେ ଶାସକ ଦଳର ସାଂସଦଙ୍କୁ ନିୟମ ବାହାରେ କହିବାକୁ ସୁଯୋଗ ଦେଇଥାନ୍ତି ହେଲେ ବିରୋଧି ସଂସଦଙ୍କୁ ଚୁପ୍ କରାଇଦେଇଥନ୍ତି । ସେହିପରି କଂଗ୍ରେସ ସାଂସଦ ପ୍ରମୋଦ ତିଓ୍ବାରୀ ଓ ସରକାରଙ୍କ ଉପରେ ସଦନକୁ ଦୁର୍ବଳ କରୁଥିବାର ଆରୋପ ଲଗାଇଛନ୍ତି । ମୁଁ ଆଜି ପର୍ଯ୍ୟନ୍ତ କେବେ ଦେଖିନଥୁଲି, ପ୍ରଶ୍ନକାଳରେ ସରକାରଙ୍କ ସବୁ ସାଂସଦ ଛିଡା ହୋଇଯିବା ଏବଂ ଜବାବ ନ‌ଦେବାର ସ୍ଥିତି । ପ୍ରଶ୍ନ ପଚାରିବାର ସମୟ ମୋର ଥିଲା, ହେଲେ ମୋତେ ପଚାରିବାକୁ ଅନୁମତି ମିଳିନଥିଲା ।

Leave a Reply

Your email address will not be published. Required fields are marked *