ରାଜ୍ୟରେ ପଞ୍ଚାୟତିରାଜ ଦିବସ ତାରିଖ ପରିବର୍ତ୍ତନ ହେବା ପରେ ରାଜନୈତିକ ଝଡ଼ ଦେଖାଯାଇଛି । ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି ବିରୋଧି ଦଳର ନେତା। ସମାଲୋଚନା କରି ବରିଷ୍ଠ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ଵାଇଁ କହିଛନ୍ତି ରାଜ୍ୟ ସରକାର ପଞ୍ଚାୟତିରାଜ ଦିବସ ତାରିଖ ପରିବର୍ତ୍ତନ କରିବା ନିଷ୍ପତ୍ତି ବିଜୁ ପଟ୍ଟନାୟକଙ୍କ ଅପମାନିତ । ବିଜୁ ପଟ୍ଟନାୟକଙ୍କୁ ଅପମାନିତ କରିବା ହୀନ ମାନ୍ୟତାର ପରିଚୟ । ବିଗତ ୩୦ ବର୍ଷ ହେବ ରାଜ୍ୟରେ ପଞ୍ଚାୟତିରାଜ ଦିବସ ପାଳନ ହୋଇ ଆସୁଛି । ଏହାକୁ ପାଳନ ପଛରେ କିଛି ଆସିମ୍ବିଧାନିକ ନୁହେଁ କିମ୍ବା କୌଣସି ରାଜନୀତିକ ଉଦ୍ଦେଶ୍ୟ ନଥିଲା। ରାଜସ୍ବ ବିଭାଗ ୱେବ ସାଇଟରେ ବି ୫ ତାରିଖରେ ଅଛି, ଛୁଟି ଦିନ ଦର୍ଶାଯାଇଛି । କିନ୍ତୁ ବିଜୁ ବାବୁଙ୍କ ଅସ୍ଥିତ୍ୱକୁ ଲୁଚାଇବାକୁ କିଛି ଲୋକ ପ୍ରୟାସ କରୁଛନ୍ତି ରାଜ୍ୟ ସରକାର। ନୂଆ ସରକାରଙ୍କ ଏହି ନିଷ୍ପତି ହିନ ମାନ୍ୟତାର ପରିଚୟ। ସେହିପରି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି ଓଡ଼ିଆ ଅସ୍ମିତା କହି ସରକାରକୁ ଆସିଲା ବିଜେପି। ଓଡ଼ିଆ ଅସ୍ମିତାର ସମ୍ମାନ ବୃଦ୍ଧି କରିଥିଲେ ବିଜୁ ପଟ୍ଟନାୟକ। ଅନ୍ତର୍ଜାତୀୟ ସ୍ତରରେ ସେ ଓଡ଼ିଶା ପାଇଁ ସୁନାମ ଆଣିଥିଲେ। ତେଣୁ ବିଜୁ ବାବୁଙ୍କ ଜନ୍ମଦିନକୁ ପଞ୍ଚାୟତିରାଜ ଦିବସ ପାଳନ ହେଉଥିଲା। ଏପରି ଅପମାନ କରିବା ସରକାରର ଠିକ ନୁହେଁ। କଂଗ୍ରେସ ପଞ୍ଚାୟତିରାଜ ଦିବସ ପାଳନ କରୁଥିଲା ମାର୍ଚ୍ଚ ୫ ରେ। ହେଲେ ବିଜେପି ଯେପରି ଅସମ୍ମାନ କଲା, ତାହା କଣ ଓଡ଼ିଆ ଅସ୍ମିତା ପ୍ରତାପ ଜେନା କହିଛନ୍ତି ଓଡ଼ିଶାବାସୀଙ୍କ ପାଇଁ ବହୁତ ବଡ଼ ଅପମାନ। ମାର୍ଚ୍ଚ ୫ରୁ ଏପ୍ରିଲ ୨୪କୁ ପଞ୍ଚାୟତିରାଜ ଦିବସ ପାଳନ ନିଷ୍ପତ୍ତି ବିଜେପି ସରକାରଙ୍କ ହୀନମନ୍ୟତା। ଏହା ତିନି ଦଶନ୍ଧିରୁ ଓଡ଼ିଶାରେ ପାଳନ ହୋଇ ଆସୁଛି। ବିଜେପି ମେଣ୍ଟ ସରକାର ସମୟରେ ବି ବିଜୁ ଜୟନ୍ତିରେ ହିଁ ପଞ୍ଚାୟତିରାଜ ଦିବସ ପାଳନ ହେଉଥିଲା। ମହାନ ବ୍ୟକ୍ତିଙ୍କ ଜନ୍ମଦିନରେ ପଞ୍ଚାୟତିରାଜ ଦିବସ ଏଥିପାଇଁ ପାଳନ ହୁଏ। କାରଣ ସାରା ଭାରତରେ ପଞ୍ଚାୟତିରାଜ ବ୍ୟବସ୍ଥା ବିଜୁ ବାବୁ କରିଥିଲେ। ବିଜେଡି ସାଂସଦ ମାନସ ମଙ୍ଗରାଜ ମଧ୍ୟ କହିଛନ୍ତି ମାଟିର ପୁଅ ବିଜୁ ବାବୁଙ୍କ ପ୍ରତି ଅସମ୍ମାନକୁ ଓଡ଼ିଶାବାସୀ କ୍ଷମା କରିବେ ନାହିଁ ବିଜୁ ପଟ୍ଟନାୟକ ସରକାର ୩ଟି ଗୁରୁତ୍ୱପୂର୍ଣ୍ଣ ଆଇନ ପାସ୍ କରିଥିଲେ। ଓଡ଼ିଶା ଗ୍ରାମ ପଞ୍ଚାୟତ (ସଂଶୋଧନ) ଆଇନ, ଓଡ଼ିଶା ପଞ୍ଚାୟତ ସମିତି (ସଂଶୋଧନ) ଆଇନ ଏବଂ ଓଡ଼ିଶା ଜିଲ୍ଲା ପରିଷଦ (ସଂଶୋଧନ) ଆଇନ, ଯାହା ମହିଳାଙ୍କ ପାଇଁ ଏକ ତୃତୀୟାଂଶ ଆସନ ପ୍ରଦାନ କରିଥିଲା। ସଂଶୋଧନ ଆକାରରେ ସଂସ୍କାର ଆଣିଥିଲେ। ଏହି କାରଣରୁ ସ୍ୱର୍ଗତ ବିଜୁ ପଟ୍ଟନାୟକ ସମ୍ମାନ ପାଇବାକୁ ଯୋଗ୍ୟ ଏବଂ ତାଙ୍କ ଜନ୍ମବାର୍ଷିକୀ ମାର୍ଚ୍ଚ ୫କୁ ଓଡ଼ିଶାରେ ପଞ୍ଚାୟତିରାଜ ଦିବସ ଭାବରେ ପାଳନ କରାଯାଉଥିଲା। ଏହାକୁ ପରିବର୍ତ୍ତନ କରି, ଓଡ଼ିଶା ସରକାର କିମ୍ବଦନ୍ତୀ ପ୍ରତି ଘୋର ଅନ୍ୟାୟ କରିଛନ୍ତି । ସେହିପରି ଏପ୍ରିଲ ୨୪ରେ ପଞ୍ଚାୟତିରାଜ ଦିବସ ପାଳନ ନିଷ୍ପତ୍ତିକୁ ନିନ୍ଦା କରିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ । ସେ କହିଛନ୍ତି ଓଡ଼ିଆ ଅସ୍ମିତା କହୁଥିବା ସରକାର ଓଡ଼ିଆ ଅସ୍ମିତା ଭୁଲିଗଲେ । ବିଜୁ ବାବୁଙ୍କ ସହ ବାଜପେୟୀଙ୍କ ସମ୍ପର୍କ ମଧ୍ୟ ବିଜେପି ଭୁଲିଯାଇଛି ।ଆମେ ସରକାରଙ୍କ ନିଷ୍ପତ୍ତିକୁ ନିନ୍ଦା କରୁଛୁ । ଅନ୍ୟପଟେ ବିରୋଧୀଙ୍କ ସମାଲୋଚନାକୁ କାଉଣ୍ଟର କରିଛନ୍ତି ମନ୍ତ୍ରୀ ସୁରେଶ ପୂଜାରୀ । ସେ କହିଛନ୍ତି ବିଜୁ ବାବୁ ଓଡ଼ିଶାର ବରପୁତ୍ର, ଏଥିରେ ପକ୍ଷ ପ୍ରତିପକ୍ଷ କିଛି ନାହିଁ । ବିଜୁ ବାବୁ ବିଜେଡିର ସମ୍ପତ୍ତି ନଥିଲେ, ଜାତୀୟ ସମ୍ପତ୍ତି ଥିଲେ । ବିଜୁ ବାବୁ ଓଡ଼ିଶା ପାଇଁ ଗୌରବ ଆଣିଥିଲେ, ଅସମ୍ମାନର ପ୍ରଶ୍ନ ନାହିଁ । ମାର୍ଚ୍ଚ ୫ ପଞ୍ଚାୟତିରାଜ ଦିବସ ପାଳନ ପାଇଁ ଛୁଟି ରହୁଥିଲା। ଘଣ୍ଟେ ଦୁଇ ଘଣ୍ଟାର କାର୍ଯ୍ୟ ପାଇଁ କାହିଁକି ପୂରା କାର୍ଯ୍ୟ ଦିବସ ବାତିଲ୍ ହେବ । Post navigation ଆଇଏଏସ୍ ବିଷ୍ଣୁପଦଙ୍କ ଅନ୍ତରୀଣ ସୁରକ୍ଷା ବଳବତ୍ତର ରଖିଲେ ହାଇକୋର୍ଟ ଉତ୍କଳ ବିଶ୍ବବିଦ୍ୟାଳୟରେ ଉତ୍ତେଜନା