ଆଜି ନିର୍ମଳା ସୀତାରମଣ ଅଷ୍ଟମ ଥର ସଂସଦରେ ନିଜର ବଜେଟ୍ ଉପସ୍ଥାପନ କରିଛନ୍ତି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଉପସ୍ଥାପନ କରୁଥିବା ବେଳେ ବିରୋଧୀ ସାଂସଦ ଏହାର ଜୋରଦାର ବିରୋଧ କରିଥିବାର ଜଣାପଡିଛି । ବିରୋଧୀ ଦଳ ପ୍ରୟାଗରାଜ ମହାକୁମ୍ଭରେ ହୋଇଥିବା ଦଳଚକଟା ଘଟଣା ଉପରେ ଆଲୋଚନା ଦାବି କରି ହୋ ହାଲ୍ଲା କରିଥିଲେ । ବାଚସ୍ପତି ଓମ ବିର୍ଲା ବିରୋଧୀ ସାଂସଦମାନଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ବିରୋଧୀ ଦଳ ବନ୍ଦ ହୋଇନଥିଲେ ।

ଏହାରି ମଧ୍ୟରେ ନିର୍ମଳା ସୀତାରମଣ ବଜେଟ୍ ଉପସ୍ଥାପନା ଜାରି ରଖିଥିଲେ । ବଜେଟ୍ ଉପସ୍ଥାପନ କରାଯାଉଥିବା ବେଳେ କଂଗ୍ରେସ ଓ ସମାଜବାଦୀ ପାର୍ଟି ସମେତ ଅନେକ ବିରୋଧୀ ସାଂସଦ କକ୍ଷ ତ୍ୟାଗ କରିଛନ୍ତି । କିନ୍ତୁ ତୃଣମୂଳ କଂଗ୍ରେସର ସାଂସଦ ଗୃହରେ ଉପସ୍ଥିତ ରହିଥିବାର ଜଣାପଡିଛି।

Leave a Reply

Your email address will not be published. Required fields are marked *