ସଂସଦର ଶୀତକାଳୀନ ଅଧିବେଶନରେ ଇଣ୍ଡି ମେଣ୍ଟରାଜ୍ୟସଭାର ଅଧ୍ୟକ୍ଷ ଜଗଦୀପ ଧନଖଡଙ୍କ ବିରୋଧରେ ଆସିଲା ଅନାସ୍ଥା । ଧନକଡ଼ଙ୍କ ବିରୋଧରେ ଅନାସ୍ଥା ଆଣିଲେ ବିରୋଧୀ ଦଳ । ରାଜ୍ୟସଭାର ଅଧ୍ୟକ୍ଷଙ୍କ କାର୍ଯ୍ୟଶୈଳୀରେ ଅସନ୍ତୁଷ୍ଟ ହୋଇ ବିରୋଧୀ ଦଳ ଧନଖଡଙ୍କ ବିରୋଧରେ ଅନୁଚ୍ଛେଦ ୬୭(ବି) ଆଧାରରେ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି । ଏହି ଅନାସ୍ଥା ପ୍ରସ୍ତାବରେ ପାଖାପାଖି ୭୧ ସାଂସଦ ଦସ୍ତଖତ କରିଛନ୍ତି । କଂଗ୍ରେସ, ତୃଣମୂଳ କଂଗ୍ରେସ, ଆମ୍ ଆଦମୀ ପାର୍ଟି, ସମାଜବାଦୀ ପାର୍ଟି ଓ ଅନ୍ୟ ଛୋଟ ଛୋଟ ଦଳ ଏହି ପ୍ରସ୍ତାବକୁ ନେଇ ଏକଜୁଟ ହୋଇଛନ୍ତି । ଅନ୍ୟପଟେ ରାଜ୍ୟସଭାର ଗୃହକାର୍ଯ୍ୟ ଡିସେମ୍ବର ୧୧ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଛି । ଏହି ପ୍ରସଙ୍ଗରେ କଂଗ୍ରେସ ନେତୃତ୍ୱ ନେଉଥିବା ବେଳେ ଟିଏମସି ଓ ସପା ସମେତ ଇଣ୍ଡି ମେଣ୍ଟର ଅନ୍ୟ ଦଳ ମଧ୍ୟ ଏହାକୁ ସମର୍ଥନ କରିଛନ୍ତି । Post navigation ଅପରିବର୍ତ୍ତିତ ରହିଲା ରେପୋ ରେଟ୍ ଟାଟା ମୋଟର୍ସ ସମ୍ପର୍କିତ ମାମଲାରେ ସାଂସଦ ପ୍ରଦୀପ ପାଣିଗ୍ରାହୀଙ୍କୁ ମିଳିଲା ଆଶ୍ବସ୍ତି