ପହଲଗାମ ଆତଙ୍କୀ ହମଲାର ବଦଲା ନେଲା ଭାରତ । ଭାରତୀୟ ସେନା ମଙ୍ଗଳବାର ଅଧ ରାତିରେ ପାକିସ୍ତାନ ଅଧିକୃତ କାଶ୍ମୀର(ପିଓକେ)ର ୯ଟି ଆତଙ୍କ ଆଡ୍ଡା ଉପରେ ଏୟାର ଷ୍ଟ୍ରାଇକ କରିଛି ।ଏହି ଅପରେସନର ନାଁ ‘ଅପରେସନ ସିନ୍ଦୂର’ ଦିଆଯାଇଛି ।

ମଙ୍ଗଳବାର ମଧ୍ୟରାତ୍ର ପରେ ପିଓକେର ମୁଜଫରାବାଦ ସହର ଓ ଏହାର ଆଖପାଖ ପାହାଡିଆ ଅଞ୍ଚଳରେ ଭାରତୀୟ ସେନା ଏୟାର ଷ୍ଟ୍ରାଇକ କରିଛି । ଭାରତୀୟ ସେନା ଏକ୍ସରେ ପୋଷ୍ଟ କରି ‘ଅପରେସନ ସିନ୍ଦୂର’ର ସୂଚନା ଦେବା ସହ ଲେଖିଛନ୍ତି ନ୍ୟାୟ ହୋଇଛି । ଜୟ ହିନ୍ଦ ।

ଏହା ସହ ଭାରତୀୟ ସେନା ଏକ୍ସରେ ଏକ ଫଟୋ ସେୟାର କରିଛି । ଏଥିରେ ଅପରେସନ ସିନ୍ଦୂର ଲେଖା ଯାଇଛି । ଭାରତୀୟ ପ୍ରତିରକ୍ଷା ମନ୍ତ୍ରଣାଳୟ ଅପରେସନ ସିନ୍ଦୂର ଆଧାରରେ ପାକିସ୍ତାନ ଓ ପିଓକେରେ ସେହି ଅଞ୍ଚଳରକୁ ଟାର୍ଗେଟ୍ କରାଯାଇଛି, ଯେଉଁଠାରେ ଭାରତ ବିରୋଧୀ ଆତଙ୍କ ହମଲାର ଯୋଜନା ପ୍ରସ୍ତୁତ କରାଯାଏ ।

ଭାରତୀୟ ବାୟୁସେନା ଆକ୍ରମଣରେ ଆତଙ୍କବାଦୀ ମାସୁଦର ଅନେକ ସହଯୋଗୀ ଆହତ ହୋଇଛନ୍ତି। ପାକିସ୍ତାନରୁ ହୋଇଥିବା ଏୟାର ଷ୍ଟ୍ରାଇକର ଫଟୋ ଆସିବା ଆରମ୍ଭ ହୋଇଛି। ଏଠାରେ ସ୍ପଷ୍ଟ ଭାବରେ ଦେଖାଯାଉଛି ଯେ ପାକିସ୍ତାନର ଡାକ୍ତରଖାନାଗୁଡ଼ିକରେ ବିପରୀତ ପରିସ୍ଥିତି ଦେଖାଯାଇଛି।

Leave a Reply

Your email address will not be published. Required fields are marked *