ଜମ୍ମୁ କଶ୍ମୀରର ପହଲଗାମରେ ଗତ ୨୨ ତାରିଖ ଦିନ ହୋଇଥିବା ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେବାକୁ ଯାଇ ଭାରତୀୟ ସେନା ମଙ୍ଗଳବାର-ବୁଧବାର ରାତିରେ ଅପରେଶନ ‘ସିନ୍ଦୂର’ ଅଭିଯାନ ଚଳାଇଥିଲା। ଏହି ଅପରେଶନ ଅଧୀନରେ ପାକିସ୍ତାନ ଏବଂ ପାକ୍ ଅଧିକୃତ କଶ୍ମୀରରେ ଥିବା ନଅଟି ଆତଙ୍କବାଦୀ ଆଡ୍ଡାଗୁଡ଼ିକୁ ସଫଳତାର ସହ ଧ୍ୱଂସ କରାଯାଇଛି।

ଏହି ଆକ୍ରମଣରେ କୁଖ୍ୟାତ ଆତଙ୍କବାଦୀ ମାସୁଦ ଆଜହର ପରିବାର ସଫା ହୋଇଥିବା ସୂଚନା ମିଳିଛି । ଅପରେସନ ସିନ୍ଦୂର’ରେ ପରିବାରର ୧୦ରୁ ଊର୍ଦ୍ଧ୍ବ ସଦସ୍ୟଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଥିବା ବେଳେ ଏହି ଆକ୍ରମଣରେ ମାସୁଦ ଆଝାର ନିହତ ହୋଇଛି କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ ।ଜୈଶ-ଇ-ମହମ୍ମଦ ଆତଙ୍କୀ ସଂଗଠନ ପ୍ରତିଷ୍ଠାତା ଥିଲା ମାସୁଦ । ମାସୁଦକୁ ଭାରତ ପାଇଁ ସବୁଠାରୁ ବିପଦଜନକ ଆତଙ୍କବାଦୀଙ୍କ ମଧ୍ୟରୁ ଜଣେ ବୋଲି ବିବେଚନା କରାଯାଏ।

 

Leave a Reply

Your email address will not be published. Required fields are marked *