ଜାମ୍ମୁ କାଶ୍ମୀର ପହଲଗାମର ଆତଙ୍କବାଦର ମାଷ୍ଟର ମାଇଣ୍ଡ ହାମିସ ମୁସା ନିପାତ । ଅପରେସନ୍ ମହାଦେବ ଜରିଆରେ ସେନା ଗୁଳିରେ ମାଷ୍ଟର ମାଇଣ୍ଡ ହାସିମ ମୁସା ନିହତ ହୋଇଥିବା ଜଣାପଡିଛି । ହାସିମ ମୁସାକୁ ଧରାଇଦେବାକୁ ଭାରତୀୟ ସେନା ୨୦ ଲକ୍ଷର ପୁରସ୍କାର ଘୋଷଣା କରିଥିଲା । ତେବେ ଆଜି ଶ୍ରୀନଗରର ଲିଡୱାସ ଅଞ୍ଚଳରେ ହୋଇ ଥିବା ଏହି ଅପରେସନରେ ହାମିସ୍ ମୁସା ନିପାତ ହୋଇଥିବା ଜଣାପଡିଛି । ଏନକାଉଣ୍ଟରର ଫଟୋ ଏବେ ସାମ୍ନାକୁ ଆସିଛି। ଶ୍ରୀନଗର ଜଙ୍ଗଲରେ ୩ ଜଣ TRF ଆତଙ୍କବାଦୀ ଲୁଚି ରହିଥିବା ଖବର ପାଇଥିଲା ସେନା । ଏହାପରେ ଦିନ ୧୧ଟା ସମୟରେ ସର୍ଚ୍ଚଅପରେସନ ଆରମ୍ଭ କରାଯାଇଥିଲା । ଏହି ଆତଙ୍କୀ ମାନେ ପହଲଗାମ ହମଲାରେ ସାମିଲ ଥିବା ସଂଦେହ କରାଯାଉଛି । ଏହା ପରେ ସେନା ଗୁଳିରେ ତିନି ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଆତଙ୍କବାଦୀଙ୍କ ବିରୋଧରେ ଏକ ଅଭିଯାନ ଆରମ୍ଭ ହୋଇଥିଲା, ଯାହାକୁ ଅପରେଶନ ମହାଦେବ ନାମ ଦିଆଯାଇଥିଲା। ସେନାର ଚିନାର କର୍ପସ ମଧ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏହି ସୂଚନା ଶେୟାର କରିଛି। Post navigation ଦିବ୍ୟା ଦେଶମୁଖ ହେଲେ ବିଶ୍ୱ ଚେସ୍ ଚମ୍ପିଆନ୍ ଟ୍ୱିନ୍ ସିଟିରେ ଛାତ୍ରଛାତ୍ରୀ ସମ୍ଭାଳିବେ ଟ୍ରାଫିକ୍