ଲୋକସଭାରେ ପାସ୍ ହେଲା ଅନଲାଇନ୍ ଗେମିଂ ବିଲ୍-୨୦୨୫ । କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ଲୋକସଭାରେ ଅନଲାଇନ୍ ଗେମିଂ ପ୍ରମୋସନ୍ ଏବଂ ନିୟନ୍ତ୍ରଣ ବିଲ୍୨୦୨୫ ଆଗତ କରିଛନ୍ତି। ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ବାଚନିକ ଭୋଟ୍ରେ ପାରିତ ହୋଇଛି । ଅନ୍ଲାଇନ୍ ଗେମିଂ ବିଲ୍ ଆଇନ୍ରେ ପରିଣତ ହେଲେ ପ୍ରତ୍ୟେକ ଅନ୍ଲାଇନ୍ ଗେମ୍କୁ ପରିଚାଳିତ କରିବେ କେନ୍ଦ୍ର ସରକାର । ଅଶ୍ବିନୀ ବୈଷ୍ଣବ କହିଛନ୍ତି ଅନଲାଇନ୍ ଗେମ୍ ଅନେକ ଲୋକଙ୍କ ଜୀବନ ନେଉଛି । ୩୧ ମାସରେ ୩୨ ଜଣ ଲୋକ ଅନ୍ଲାଇନ୍ ଗେମ୍ ଖେଳି ପ୍ରାଣ ହରାଇଛନ୍ତି । ଏହା ସହ ଅନଲାଇନ୍ ଗେମ୍ ମାଧ୍ୟମରେ ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ହେଉଛି । କେନ୍ଦ୍ର ସରକାର ଅନଲାଇନ ଗେମିଙ୍ଗ ଯୋଗୁଁ ଲୋକମାନଙ୍କୁ ହେଉଥିବା ଆର୍ଥିକ ଏବଂ ସାମାଜିକ କ୍ଷତିକୁ ରୋକିବା ପାଇଁ ଏହି ବିଲ ଉପସ୍ଥାପନ କରିଛନ୍ତି। ଗତକାଲି କେନ୍ଦ୍ର କ୍ୟାବିନେଟ୍ ଏହି ବିଲ୍କୁ ମଞ୍ଜୁରୀ ଦେଇଛନ୍ତି । ଏଥିରେ ଅନ୍ଲାଇନ୍ ମନି ଗେମିଂ, ବିଜ୍ଞାପନ, ଖେଳିବା ପାଇଁ ପ୍ରବର୍ତାଇଲେ ଜରିମାନା ସହ ୩ବର୍ଷ ଜେଲ୍ ଦଣ୍ଡାଦେଶ କରିବାକୁ ପ୍ରାବଧାନ ରହିଛି । ସରକାରଙ୍କ ଦ୍ୱାରା ପ୍ରସ୍ତାବିତ ବିଲ୍ ରେ କୁହାଯାଇଛି ଯେ ଇ-ସ୍ପୋର୍ଟସ୍ ଏବଂ କାଜୁଆଲ୍ ମନୋରଞ୍ଜନ କିମ୍ବା ଦକ୍ଷତା-ଭିତ୍ତିକ ଖେଳଗୁଡ଼ିକୁ ଟଙ୍କା ଖେଳ ଭାବରେ ବିବେଚନା କରାଯାଏ ନାହିଁ। ଏଥିରେ ଆର୍ଥିକ ଅଂଶଧନ ସାମିଲ ନାହିଁ। ଏହି ଆଇନର ଲକ୍ଷ୍ୟ ଏହି କ୍ଷେତ୍ରରେ ଖଣ୍ଡିତ ନିୟମକୁ ଦୂର କରିବା ଏବଂ ଜୁଆ, ଆର୍ଥିକ ଶୋଷଣ, ମାନସିକ ସ୍ୱାସ୍ଥ୍ୟ ବିପଦ ଏବଂ ଟଙ୍କା ଲଣ୍ଡରିଂ ଭଳି ବେଆଇନ କାର୍ଯ୍ୟକଳାପ ସହିତ ଜଡିତ ଚିନ୍ତାଧାରାକୁ ସମାଧାନ କରିବା। ବିଲ୍ ରେ କୁହାଯାଇଛି ଯେ ଏହି କ୍ଷେତ୍ରରେ ବିଶ୍ୱସ୍ତରୀୟ ପ୍ରତିଯୋଗିତା ନବସୃଜନକୁ ପ୍ରୋତ୍ସାହିତ କରିପାରିବ ଏବଂ ଭାରତୀୟ ଷ୍ଟାର୍ଟଅପ୍ ପାଇଁ ସୁଯୋଗ ପ୍ରଦାନ କରିପାରିବ। ଏହି କ୍ଷେତ୍ରର ବିକାଶ ଦେଶକୁ ଗେମିଂ ବିକାଶର ଏକ କେନ୍ଦ୍ର ଭାବରେ ପ୍ରତିଷ୍ଠା କରିପାରିବ। Post navigation ଏଣିକି ୩୦ ଦିନ ଜେଲ୍ରେ ରହିଲେ ଯିବ ମନ୍ତ୍ରୀ ପଦ ଉତ୍କ୍ଷେପଣ ହେଲା ଦୂରଗାମୀ କ୍ଷେପଣାସ୍ତ୍ର ଅଗ୍ନି-୫