ମହାରାଷ୍ଟ୍ରରେ ଏକ ଅସ୍ତ୍ରଶସ୍ତ୍ର କାରଖାନାରେ ଭୟଙ୍କର ବିସ୍ଫୋରଣ । ଭଣ୍ଡାରା ଜବାହରନଗର ସ୍ଥିତ ଅସ୍ତ୍ରଶସ୍ତ୍ର କାରଖାନାରେ ବିସ୍ଫୋରଣ ହୋଇଥିବା ସୂଚନା। ଏହି ଘଟଣାରେ ଅନେକ ଶ୍ରମିକ ଭିତରେ ଫସିଥିବା ବେଳେ ଜଣେ କର୍ମଚାରୀଙ୍କ ମୃତ୍ୟୁ ଘଟିଛି । ଏହା ସହ ଏକାଧିକ ଆହତ ହୋଇଥିବା ପ୍ରାଥମିକ ଖବରରୁ ପ୍ରକାଶ । ପାଖାପାଖି ୧୪ ଜଣ କର୍ମଚାରୀ ଫ୍ୟାକ୍ଟ୍ରିର ଆରକେ ବ୍ରାଞ୍ଚ ସେକ୍ସନରେ କାମ କରୁଥିବା ବେଳେ ଏହି ବିସ୍ଫୋରଣ ଘଟିଛି । ତେବେ କେଉଁ କାରଣ ପାଇଁ ଏହି ବିସ୍ଫୋରଣ ଘଟିଛି ତାର କାରଣ ଜଣା ପଡିନି । ସୂଚନା ମିଳିବା ମାତ୍ରେ ଘଟଣାସ୍ଥଳରେ ଆମ୍ବୁଲାନ୍ସରେ ପହଞ୍ଚି ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି । ଅନ୍ୟପଟେ ଛାତ ଭୁଶୁଡି ପଡିଥିବାରୁ ଅନେକ ଏହା ତଳେ ଚାପି ହୋଇ ମୃତାହତ ସଂଖ୍ୟ ବୃଦ୍ଧି ନେଇ ଆଶଙ୍କା ରହିଛି । Post navigation ଭୁବନେଶ୍ବର ଗାନ୍ଧୀମାର୍ଗରେ ଚାଲିଛି ଫୁଲ୍ ଡ୍ରେସ୍ ପରେଡ ରିହର୍ସାଲ ଆରମ୍ଭ ହେଲା ପିଏମ୍ ଆବାସ ଯୋଜନା ସର୍ଭେ