ଓଲିଉଡ୍ ଅଭିନେତା ସାତ୍ୟକି ମିଶ୍ରଙ୍କୁ ହତ୍ୟା ଧମକ ମିଳିଛି ।ପୈତୃକ ସମ୍ପତ୍ତି ଓ ବ୍ୟବସାୟିକ ପ୍ରତିଷ୍ଠାନର ମାଲିକାନାକୁ ନେଇ ବିବାଦ ଦେଖିବାକୁ ମିଳିଛି । ପୁସ୍ତକ ପ୍ରକାଶନ ସଂସ୍ଥା ‘କଟକ ଷ୍ଟୁଡେଣ୍ଟ ଷ୍ଟୋର’ ମାଲିକାନାକୁ ନେଇ ବିବାଦ ଉପୁଜିଛି। ୬ ତାରିଖରେ ଘରେ ପଶି ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବା ସହିତ ହତ୍ୟା ଧମକ ଦେଇଥିବା ନେଇ ସାତ୍ୟକି ମିଶ୍ର ଅଭିଯୋଗ କରିଛନ୍ତି । ଦୁଇ ବଡ଼ବାପାଙ୍କ ପୁଅଙ୍କ ବିରୋଧରେ ଅଭିଯୋଗ ଆଣିଲେ ସାତ୍ୟକୀ । ପ୍ରଥମେ କଟକ ପୁରୀଘାଟ ଥାନାରେ ଅଭିଯୋଗ କରିବା ପରେ କଟକ ଡିସିପିଙ୍କୁ ଭେଟି ପରିବାରର ସୁରକ୍ଷା ଓ ନ୍ୟାୟ ପାଇଁ ଗୁହାରି କଲେ ସାତ୍ୟକୀ । ସାତ୍ୟକୀ ମିଶ୍ରଙ୍କ ଅଭିଯୋଗ ମୁତାବକ, ବାଲୁବଜାରରେ ଥିବା କଟକ ଷ୍ଟୁଣ୍ଡେଣ୍ଟ୍ ବୁକ୍ ଷ୍ଟୋରର ମାଲିକାନାକୁ ନେଇ ଦୁଇ ପରିବାର ମଧ୍ୟରେ ବିବାଦ ଲାଗି ରହିଛି । ସାତ୍ୟକିଙ୍କ ଜେଜେ ବାପା ତାଙ୍କ ବାପା ନୃସିଂହ ପ୍ରସାଦ ମିଶ୍ରଙ୍କୁ ଉକ୍ତ ପୁସ୍ତକ ଦୋକାନକୁ ବୁଝିବାକୁ ଦେଇଥିଲେ । କିନ୍ତୁ ତାଙ୍କ ବଡ଼ ବାପାଙ୍କ ଦୁଇ ପୁଅ ସବ୍ୟସାଚୀ ମିଶ୍ର ଓ ସୌମିତ୍ରୀ ମିଶ୍ର ତାହାକୁ ହାତେଇବାକୁ ଚେଷ୍ଟା କରୁଛନ୍ତି । ଉଭୟ କିଛି ଦିନ ତଳେ ସାତ୍ୟକିଙ୍କ ଘରେ ପଶି ତାଙ୍କର ୮୪ ବର୍ଷିୟ ବୃଦ୍ଧ ବାପା ନୃସିଂହ ପ୍ରସାଦ ମିଶ୍ରଙ୍କୁ ଗାଳି ଗୁଲଜ କରିବା ସହିତ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲେ । ଏହା ସହିତ ଘରେ ଥିବା ସାତ୍ୟକିଙ୍କ ପତ୍ନୀଙ୍କୁ ମଧ୍ୟ ଅସଭ୍ୟ ଭାଷାରେ ଗାଳି କରିଥିଲେ । ଅଭିଯୋଗ ସତ୍ତ୍ୱେ, ମିଶ୍ର ଦାବି କରିଥିଲେ ଯେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ। ତେଣୁ, ସେ ସୋମବାର କଟକ ଡିସିପିଙ୍କୁ ଭେଟି ତାଙ୍କ ପରିବାର ପାଇଁ ହସ୍ତକ୍ଷେପ ଏବଂ ସୁରକ୍ଷା ପାଇଁ ଅନୁରୋଧ କରିଥିଲେ। ସେ ଗଣମାଧ୍ୟମକୁ କହିଥିଲେ ଯେ ମାମଲା ପ୍ରତ୍ୟାହାର କରିବା ପାଇଁ ବାରମ୍ବାର ଧମକ ଏବଂ ଚାପ ତାଙ୍କୁ ତାଙ୍କ ପରିବାରର ସୁରକ୍ଷା ପାଇଁ ଗଭୀର ଚିନ୍ତିତ କରିଛି। ମିଶ୍ର ଆହୁରି ମଧ୍ୟ କହିଛନ୍ତି ଯେ ଆପୋଷ ପ୍ରୟାସ ବିଫଳ ହୋଇଛି ଏବଂ ପରିସ୍ଥିତି ସମାଧାନର ସୀମା ଅତିକ୍ରମ କରିସାରିଛି। ସେ ଅଭିଯୁକ୍ତଙ୍କ ବିରୁଦ୍ଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଏବଂ ତାଙ୍କ ବୃଦ୍ଧ ପିତା ଏବଂ ପରିବାରର ଅନ୍ୟାନ୍ୟ ସଦସ୍ୟଙ୍କ ସୁରକ୍ଷା ଦାବି କରିଛନ୍ତି। Post navigation Jatani Election: ପୁଣି ନିର୍ବାଚନ ମୈଦାନକୁ ଓହ୍ଲାଇବେ ସୁର ରାଉତରାୟ; ଜଟଣୀରୁ ଲଢ଼ିବା ନେଇ ଦେଲେ ସଂକେତ Upasana Mohapatra targets BJD: ଉପାସନାଙ୍କ ବିଜେଡିକୁ ୩ ମାଙ୍କଡ଼ ଉପାଖ୍ୟାନ