ଜଳଯୋଗାଣ କାମରେ ବିଳମ୍ବ ହେଲେ ଅଧିକାରୀଙ୍କ ଦରମା ବନ୍ଦ ହେବ। ଏନେଇ ଆଜି ଅଧିକାରୀ ଚେତାବନୀ ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ । ସେ କହିଛନ୍ତି ଜଳଯୋଗାଣ ର ସମସ୍ତ ପ୍ରକଳ୍ପ ୨୦୩୬ ସୁଦ୍ଧା ସଂପୂର୍ଣ୍ଣ ହେବ ।କାମ ବିଳମ୍ବ ହେଲେ ଅଧିକାରୀଙ୍କ ଦରମା ବନ୍ଦ ହେବ । ଏଥିସହ ବିଭାଗ ପକ୍ଷରୁ ୨ଥର ମନିଟରିଂ କରାଯିବ ।

ଏହା ସହ ପାନୀୟ ଜଳ ଯୋଗାଣ ବିଭାଗର ହିସାବ ଦେଲେ ପଞ୍ଚାୟତିରାଜ ମନ୍ତ୍ରୀ । ସେ କହିଛନ୍ତି ୨୦୭ ମେଗା ପ୍ରକଳ୍ପ ଦ୍ୱାରା ପାଣି ଦେବା ପାଇଁ ନିଷ୍ପତ୍ତି ହୋଇଥିବା ବେଳେ ୧୮ଟି ପ୍ରକଳ୍ପରେ ସବୁ ଘରକୁ ଜଳ ବ୍ୟବସ୍ଥା ହୋଇଛି । ତେବେ ଅଗଷ୍ଟରେ ୨୧ଟି ସେପ୍ଟେମ୍ବର ଶେଷ ସୁଦ୍ଧା ୧୧ଟି ଓ ଡିସେମ୍ବର ସୁଦ୍ଧା ୨୨ଟି ପ୍ରକଳ୍ପ ଶେଷ ହେବ । ଏବର୍ଷ ୨୦ ହଜାର ୮୯୧ଟି ନଳକୂପ ଖନନ ହୋଇଛି।  ୨୦୧୬ ଠାରୁ ଆରମ୍ଭ ହୋଇଥିବା ପ୍ରକଳ୍ପ ୨୦୨୫ରେ ସରିବ । ୨୯ ହଜାର ୫୧୨ଟି ନଳକୂପ ଏ ବର୍ଷ ଦିଆଯାଇଥିବା ବେଳେ ୨୦ ହଜାର ୮୯୧ଟି ନଳକୂପ ଖନନ ହୋଇ ଲୋକେ ପାଣି ପାଉଛନ୍ତି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୫ଲକ୍ଷ ୨୭ହଜାର ୫୭୦ ନଳକୂପ ଖୋଳାଯାଇଛି । ବଳକା ପ୍ରକଳ୍ପ ୨୦୩୬ ସୁଦ୍ଧା ସଂପୂର୍ଣ୍ଣ ହେବ । ଏଜେନ୍ସି ପାଇଁ ସବୁଦିନ ପେନାଲ୍ଟି ରହୁଛି, ବିଳମ୍ବ ହେଲେ ନୋଟିସ ହେଉଛି ।

Leave a Reply

Your email address will not be published. Required fields are marked *