ମିଳିଲା ସୁଭଦ୍ରା ଟଙ୍କା । ବାଦ୍ ପଡ଼ିଥିବା ଓ ନୂଆ ହିତାଧିକାରୀଙ୍କ ଖାତାକୁ ଗଲା ସୁଭଦ୍ରା ଟଙ୍କା । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୪ ଲକ୍ଷ ୫୭ ହଜାରରୁ ଉର୍ଦ୍ଧ୍ୱ ମହିଳାଙ୍କୁ ୩୨୫ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ସୁଭଦ୍ରା ଟଙ୍କା ବାଣ୍ଟିଛନ୍ତି । ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ଉପସ୍ଥିତ ରହିଛନ୍ତି । ଆଜି ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ପାଇନଥିବା ତଥା ନୂତନ କରି ଯୋଡ଼ି ହୋଇଥିବା ହିତାଧିକାରୀଙ୍କୁ ଏହି ସହାୟତା ରାଶି ପ୍ରଦାନ କରାଯାଇଛି । ନୂଆକରି ୧ ଲକ୍ଷ ୭୮ ହଜାର ୩୯୮ ମହିଳା ଏବଂ ପ୍ରଥମ ଓ ଦ୍ୱିତୀୟ କିସ୍ତିରୁ ବାଦ୍ ପଡ଼ିଥିବା ୨ ଲକ୍ଷ ୫୫ ହଜାର ହିତାଧିକାରୀଙ୍କୁ ମିଳିଲା ଟଙ୍କା ମିଳିଛି । ଅଧିକାରୀମାନେ ନିଶ୍ଚିତ କରିଛନ୍ତି ଯେ ପ୍ରକୃତ ହିତାଧିକାରୀମାନେ ପାଣ୍ଠି ପାଇବା ନିଶ୍ଚିତ କରିବା ପାଇଁ ବଣ୍ଟନ ପ୍ରକ୍ରିୟା ସ୍ୱଚ୍ଛ ଭାବରେ କରାଯାଇଛି। ସୂଚନା ଯୋଗ୍ୟ; ଆଜି ଭୁବନେଶ୍ୱରସ୍ଥିତ ଓୟୁଏଟି କୃଷି ଶିକ୍ଷା ସଦନଠାରେ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ହିତାଧିକାରୀଙ୍କୁ ଚେକ୍ ବଣ୍ଟନ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମହିଳାଙ୍କ ସାମାଜିକ, ଆର୍ଥିକ ଓ ରାଜନୈତିକ ବିକାଶ ବିନା ରାଜ୍ୟର ଉନ୍ନତି ସମ୍ଭବ ହୋଇପାରିବ ନାହିଁ । ମୁଖ୍ୟମନ୍ତ୍ରୀ ପୂର୍ବ ସରକାରକୁ ମଧ୍ୟ ଘେରିଛନ୍ତି । ବିଗତ ସରକାର ମହିଳା ସଶକ୍ତିକରଣ ନାଁରେ କେବଳ ରାଜନୀତିକରଣ କରୁଥିଲେ । ଆମ ସରକାରଙ୍କ ପାଇଁ ମହିଳାଙ୍କ କେବଳ ବିକାଶ ନହେଁ ସେମାନଙ୍କ ପ୍ରକୃତ ସଶକ୍ତୀକରଣ ଉଦ୍ଦେଶ୍ୟ । ଏହା ସହିତ ମହିଳାଙ୍କ ଦକ୍ଷତା ବିକାଶ ଓ ମହିଳାମାନଙ୍କୁ ଉଦ୍ୟୋଗୀ କରିବା ପାଇଁ ତାଲିମ ପ୍ରଦାନ କରାଯିବ । Post navigation Rabi Kanungo Passed Away: ପରଲୋକରେ ବିଶିଷ୍ଟ ସାହିତ୍ୟିକ ତଥା ସ୍ତମ୍ଭକାର ରବି କାନୁନଗୋ Gram Rakshis Allowance Hike: ଗ୍ରାମରକ୍ଷୀଙ୍କ ମାସିକ ଭତ୍ତା ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ