ଭିଜିଲାନ୍ସ ଜାଲରେ କୋଟିପତି ମୁଖ୍ୟ ଯନ୍ତ୍ରୀ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱର ସ୍ଥିତ RW ଡିଭିଜନ୍ ମୁଖ୍ୟ ଯନ୍ତ୍ରୀ ବୈକୁଣ୍ଠ ନାଥ ଷଡ଼ଙ୍ଗୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ।ଏକକାଳୀନ ୪ଟି ସ୍ଥାନରେ ଚାଲିଛି ଚଢାଉ। ଅନୁଗୋଳ, ଢେ଼ଙ୍କାନାଳ, କଟକ ଟିମର ୮ଜଣିଆ ସଦସ୍ୟ ଏହି ଚଢ଼ାଉରେ ସାମିଲ ହୋଇଛନ୍ତି।

ତେବେ ମୁଖ୍ୟଯନ୍ତ୍ରୀଙ୍କ ଘରେ ବିଡ଼ା ବିଡ଼ା ନୋଟ୍ ବାହାରିଛି। ମେସିନ୍ ସାହାଯ୍ୟରେ ଟଙ୍କା ଗଣା ଚାଲିଛି। ବର୍ତ୍ତମାନ ସୁଦ୍ଧା ୨କୋଟି ଟଙ୍କା ଜବତ କରିଛି ଭିଜିଲାନ୍ସ। ଭିଜିଲାନ୍ସ ଦେଖି ଛାତରୁ ଫିଙ୍ଗିଦେଇଥିଲେ ପୁଳାପୁଳା ଟଙ୍କା । ଝରକା ପଟେ ଟଙ୍କା ଫିଙ୍ଗିଦେଲେ ଯନ୍ତ୍ରୀ ବୈକୁଣ୍ଠ ନାଥ ଷଡ଼ଙ୍ଗୀ । ଏବେ ସୁଦ୍ଧା ଭୁବନେଶ୍ବର ସ୍ଥିତ ବାସଭବନରୁ ୧ କୋଟି ଟଙ୍କା ମିଳିଥିବା ବେଳେ ଅନୁଗୁଳ ସ୍ଥିତ ବାସଭବନରୁ ମିଳିଛି ୧.୧ କୋଟି ନଗଦ ଟଙ୍କା । ବର୍ତ୍ତମାନ ଭୁବନେଶ୍ବର ସ୍ଥିତ ଗ୍ରାମ୍ୟ ପୂର୍ତ୍ତ ବିଭାଗର ମୁଖ୍ୟଯନ୍ତ୍ରୀ ବୈକୁଣ୍ଠନାଥ ଷଡ଼ଙ୍ଗୀଙ୍କ ଘରେ ଚଢାଉ ଚାଲିଥିବା ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *