Odisha Vigilance Arrests Crorepati Engineer Baikuntha Nath Sadangi
ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଗ୍ରାମ୍ୟ ଉନ୍ନୟନ ବିଭାଗର କୁବେର ମୁଖ୍ୟଯନ୍ତ୍ରୀ ବୈକୁଣ୍ଠନାଥ ଷଡ଼ଙ୍ଗୀଙ୍କୁ ଭିଜିଲାନ୍ସ ଗିରଫ କରିଛି । ଆଜି ତାଙ୍କୁ ଗିରଫ କରିବା ପରେ କୋର୍ଟରେ ହାଜର କରାଯିବ ବୋଲି ସୂଚନା ମିଳିଛି ।
 
କାଲି କୁବେର ଯନ୍ତ୍ରୀଙ୍କ ଘରୁ ନଗଦ ୨.୫୬ କୋଟି ଟଙ୍କା ମିଳିଥିଲା । ମୁଖ୍ୟଯନ୍ତ୍ରୀଙ୍କ ୨ଟି ଅଟ୍ଟାଳିକା ସହ ୨ ଫ୍ଲାଟ୍ ଓ ୭ ପ୍ଲଟ୍ ଅଛି । ସେହିଭଳି ଦେଢ଼ କୋଟିର ବ୍ୟାଙ୍କ ଡିପୋଜିଟ୍, ୧ କେଜିରୁ ଉର୍ଦ୍ଧ ସୁନାଗହଣା ଜବତ କରିଛି ଭିଜିଲାନ୍ସ । ମ୍ୟୁଚୁଆଲ୍ ଫଣ୍ଡରେ ୨.୭ କୋଟି ଇନଭେଷ୍ଟ, ୧୫ଟି ଦାମୀ ହାତ ଘଣ୍ଟା ଠାବ ।
 
ସୂଚନା ଅନୁଯାୟୀ ଆଜି ସେ ତାଙ୍କ ଚାକିରୀରୁ ଅବସର ନେଇଥାନ୍ତେ । ତା’ ପୂର୍ବରୁ ଗତକାଲି ବୈକୁଣ୍ଠନାଥ ଷଡ଼ଙ୍ଗୀଙ୍କୁ ମାଡ଼ିବସିଥିଲା ଭିଜିଲାନ୍ସ । ଅନୁଗୁଳରେ ଥିବା ବାସଭବନ ସହିତ ୪ ଟି ସ୍ଥାନରେ ଚଢ଼ାଉ କରିଥିଲା ଭିଜିଲାନ୍ସ। ଭିଜିଲାନ୍ସ ରେଡ୍‌ ବେଳେ ଝରକା ପଟେ ବିଡ଼ା ବିଡ଼ା ଟଙ୍କା ତଳକୁ ଫିଙ୍ଗିଥିଲେ ଯନ୍ତ୍ରୀ ।

By Nirvay

Leave a Reply

Your email address will not be published. Required fields are marked *