ଓଡ଼ିଆ ଆଦିବାସୀ ଝିଅମାନଙ୍କୁ ପାଇଲଟ୍ ହେବା ପାଇଁ ଦିଆଯିବ ସ୍ୱତନ୍ତ୍ର ଟ୍ରେନିଂ । ରାଜ୍ୟ ସରକାରଙ୍କ କ୍ୟାଡେଟ୍ ପାଇଲଟ୍ ପ୍ରୋଗ୍ରାମ୍ ରେ ଆଦିବାସୀ ଝିଅ ମାନଙ୍କୁ ତାଲିମ୍ ପ୍ରଦାନ କରାଯିବ । ଏହା ଦ୍ୱାରା ଝିଅମାନେ ବିମାନ ଚାଳକ ହେବେ ବୋଲି ଆଜି ପୂର୍ବାଞ୍ଚଳ ବେସାମରିକ ବିମାନ ପରିବହନ ସମ୍ମିଳନୀରେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

ମୁଖ୍ୟମନ୍ତ୍ରୀ କହିଛନ୍ତି B-MAAN ଅଧୀନରେ, କ୍ୟାଡେଟ୍ ପାଇଲଟ୍ ପ୍ରୋଗ୍ରାମ୍ ଆରମ୍ଭ ହେବ । ଯେଉଁଥିରେ ଆଦିବାସୀ ଝିଅମାନଙ୍କୁ ପାଇଲଟ ହେବା ପାଇଁ ଟ୍ରେନିଂ ଦିଆଯିବ ।ଢେଙ୍କାନାଳ ବିରାଶୋଳରେ ହେବ ବିଶ୍ୱସ୍ତରୀୟ ବିମାନ ପ୍ରଶିକ୍ଷଣ କେନ୍ଦ୍ର। ସେହିପରି ଭୁବନେଶ୍ୱର ବିମାନବନ୍ଦରରେ ଆଧୁନିକ MRO ସୁବିଧା ସ୍ଥାପନ ହେବ ।

ସୂଚନା ଯୋଗ୍ୟ; ଆଣି ଭୁବନେଶ୍ୱରଠାରେ ସୋମବାର ପୂର୍ବାଞ୍ଚଳ ବେସାମରିକ ବିମାନ ପରିବହନ ମନ୍ତ୍ରୀମଣ୍ଡଳ ସମ୍ମିଳନୀରେ ଅତିଥିଭାବେ ଯୋଗ ଦେଇ ସମ୍ମିଳନୀକୁ ଉଦାଘାଟନ କରିଛନ୍ତି  ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହି ଅବସରରେ କେନ୍ଦ୍ର ବେସାମରିକ ଚଳାଚଳ ମନ୍ତ୍ରୀ ରାମ ମୋହନ ନାଇଡ଼ୁ ମଧ୍ୟ ଯୋଗଦେଇଛନ୍ତି । ଏଥିରେ ରାଜ୍ୟ ସରକାର ଏବଂ ଦେଶର ପ୍ରମୁଖ ବିମାନ ଏମ୍ଆରଓ (ରକ୍ଷଣାବେକ୍ଷଣ, ମରାମତି ଏବଂ ପୁନଃନିର୍ମାଣ) ସେବାଦାତା ଏୟାର ୱାର୍କ୍ସ ସହିତ ଏକ ଚୁକ୍ତି ସ୍ୱାକ୍ଷରିତ ହୋଇଛି । ଚୁକ୍ତି ଅନୁଯାୟୀ ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରରେ ଏକ ଆଧୁନିକ ଏମ୍ଆରଓ ସୁବିଧା ସ୍ଥାପିତ ହେବ । ଏଥିସହିତ, ରାଜ୍ୟର ଯୁବମାନଙ୍କ ପାଇଁ ଦକ୍ଷତା ବିକାଶ, ପ୍ରଶିକ୍ଷଣ ଓ ଚାକିରି ସୁଯୋଗ ସୃଷ୍ଟି କରିବା ନିମନ୍ତେ, ରାଜ୍ୟ ସରକାର ଏୟାର ୱାର୍କ୍ସ ସହିତ ଚୁକ୍ତି ସ୍ୱାକ୍ଷର କରିଛନ୍ତି ।

Leave a Reply

Your email address will not be published. Required fields are marked *