୮୦୦ ଅବସରପ୍ରାପ୍ତ ପୋଲିସ ଅଧିକାରୀଙ୍କୁ ମିଳିବ ପୁନଃନିଯୁକ୍ତି। ଅବସରପ୍ରାପ୍ତ ଏଏସଆଇ, ଏସଆଇ, ଇନ୍ସପେକ୍ଟର ପାହ୍ୟାର ଅଧିକାରୀଙ୍କୁ ମିଳିବ ନିଯୁକ୍ତି। ରାଜ୍ୟବ୍ୟାପୀ ପୋଲିସ ସେବାକୁ ସୁଦୃଢ଼ କରିବା ପାଇଁ ଓଡ଼ିଶା ସରକାର ପ୍ରାୟ ୮୦୦ ଅବସରପ୍ରାପ୍ତ ପୋଲିସ ଅଧିକାରୀଙ୍କୁ ଏକ ବର୍ଷ ପାଇଁ ଚୁକ୍ତିଭିତ୍ତିକ ଭିତ୍ତିରେ ସ୍ୱତନ୍ତ୍ର ପୋଲିସ ଅଧିକାରୀ (SPO) ଭାବରେ ପୁନଃନିଯୁକ୍ତି ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ଏ ସମ୍ପର୍କିତ ପ୍ରସ୍ତାବକୁ ରାଜ୍ୟ ସରକାର ଅନୁମୋଦନ ଦେଇଛନ୍ତି। ଏ ନେଇ ଗୃହ ବିଭାଗ ପକ୍ଷରୁ ପୋଲିସ ମହାନିର୍ଦ୍ଦେଶକ ଏବଂ ଆଇଜିଙ୍କୁ ଚିଠି ମାଧ୍ୟମରେ ନିର୍ଦ୍ଦେଶ ଦିଆଯାଇଛି।

ଏହି ଚିଠିରେ ଦର୍ଶାଯାଇଛି, ଯେଉଁ ଅବସରପ୍ରାପ୍ତ ପୁଲିସ ଅଧିକାରୀଙ୍କୁ ନିଯୁକ୍ତି ଦିଆଯିବ, ସେମାନଙ୍କ ବୟସ ୬୫ ବର୍ଷରୁ କମ୍ ହୋଇଥିବ। ସେମାନଙ୍କ ସିସିଆର୍ ବେଶ୍ ଭଲ ଥିବ। ଏହି ଅଧିକାରୀମାନେ ନିଜ ସରକାରୀ କ୍ୱାର୍ଟର୍ସ ପୂର୍ବରୁ ଖାଲି କରି ସାରିଥିବା ଆବଶ୍ୟକ। ଏହି ଅବସରପ୍ରାପ୍ତ ଅଧିକାରୀଙ୍କ ବିରୋଧରେ ଚାକିରି କାଳରେ କୌଣସି ଶୁଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ହୋଇନଥିବ। ଏହି ଅଧିକାରୀଙ୍କୁ ନିଯୁକ୍ତ କରିବା ନେଇ ପୋଲିସ ମହାନିର୍ଦ୍ଦେଶକ ଏକ ଚୟନ କମିଟି ଗଠନ କରିବେ। ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କୁ ପୁନଃନିଯୁକ୍ତି ନେଇ ସାଧାରଣ ପ୍ରଶାସନ ବିଭାଗର ଗାଇଡ଼ଲାଇନ ପାଳନ କରାଯିବ।

ସରକାରଙ୍କ ଅନୁଯାୟୀ ପୁନଃନିଯୁକ୍ତି ପାଇବାକୁ ଥିବା ପୁଲିସ ଅଧିକାରୀ ଚାକିରି ସମୟରେ ସେମାନଙ୍କ ସର୍ଭିସ୍ ରେକର୍ଡ ଭଲ ଥିବ ଓ ଶାରୀରିକ ଭାବେ ଫିଟ୍‌ ହୋଇଥିବେ। ଅବସର ପୂର୍ବର ୫ ବର୍ଷରେ ତାଙ୍କର ସିସିଆର୍‌ ଭଲ ଥିବ। ସେମାନଙ୍କ ବିରୋଧରେ କୌଣସି ଅପରାଧିକ ମାମଲା ନଥିବ ଓ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନର ସାମ୍ନା କରି ନଥିବେ।

Leave a Reply

Your email address will not be published. Required fields are marked *