ରାଜ୍ୟର ଆଉ ୪ ଜିଲ୍ଲାରେ ଖୋଲିବ ଚାଉଳ ATM । ଏ ନେଇ ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ । ବିଧାୟକ ଗୌତମ ବୁଦ୍ଧ ଦାସଙ୍କ ପ୍ରଶ୍ନରେ ଯୋଗାଣ ମନ୍ତ୍ରୀଙ୍କ ଲିଖିତ ଉତ୍ତରରେ କହିଛନ୍ତି ଝାରସୁଗୁଡ଼ା, ନବରଙ୍ଗପୁର, କେନ୍ଦୁଝର, ଢେଙ୍କାନାଳ ଜିଲ୍ଲାରେ ଖୋଲିବ ଚାଉଳ ATM ।

ଆଜି ଗୃହରେ ବିଧାୟକ ଗୌତମ ବୁଦ୍ଧ ଦାସଙ୍କ ପ୍ରଶ୍ନ, ରାଜ୍ୟରେ କେତୋଟି ସହରର କେତୋଟି ସ୍ଥାନରେ ଚାଉଳ ATM ଖୋଲାଯାଇଛି ? କେତୋଟି ସ୍ଥାନରେ ଚାଉଳ ATM ଖୋଲାଯିବାକୁ ପ୍ରସ୍ତାବ ରହିଛି ? ଏବଂ ଏ ଯାଏଁ ଖୋଲିଥିବା ଚାଉଳ ATMରୁ କେତେଜଣ ହିତାଧିକାରୀ କେତେ ଚାଉଳ ଉଠାଇଛନ୍ତି; ଏ ବାବଦରେ ସରକାର ୨୦୨୫ – ୨୬ ବଜେଟରେ କେତେ ଟଙ୍କା ବ୍ୟୟବରାଦ କରିଥିଲେ ଏବଂ ସେଥିରୁ କେତେ ଟଙ୍କା ଖର୍ଜ କରିଛନ୍ତି ?

ଏହାର ଉତ୍ତରରେ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର କହିଛନ୍ତି ରାଜ୍ୟର ପ୍ରଥମ ଚାଉଳ ATM ଭୁବେନେଶ୍ୱର ମଞ୍ଚେଶ୍ୱରରେ ଖୋଲିଥିଲା । ୨୦୨୪ ଜୁଲାଇରୁ ଏପର୍ଯ୍ୟନ୍ତ ୨୦ ହଜାର ୨୧୭ ଜଣ ଚାଉଳ ଉଠାଇଛନ୍ତି । ମୋଟ୍ ୩ ହଜାର ୮ ଶହ ୫ କୁଇଣ୍ଟାଲ କିଲୋଗ୍ରାମ ଚାଉଳ ଉଠାଣ ହୋଇଛି । ଅଧିକାରୀମାନେ କହିଛନ୍ତି ଯେ ଏହି ସମ୍ପ୍ରସାରଣର ଲକ୍ଷ୍ୟ ହେଉଛି ରାସନ୍ ବଣ୍ଟନକୁ ଅଧିକ ସ୍ୱଚ୍ଛ, ଦକ୍ଷ ଏବଂ ସୁଲଭ କରିବା। ଏଟିଏମ୍ ହିତାଧିକାରୀମାନଙ୍କୁ ସେମାନଙ୍କର ରାସନ୍ କାର୍ଡ ବ୍ୟବହାର କରି ଚାଉଳ ଉଠାଇବାକୁ ଅନୁମତି ଦିଏ, ମାନୁଆଲ୍ ତ୍ରୁଟି ହ୍ରାସ କରେ ଏବଂ ଦାୟିତ୍ୱ ସୁନିଶ୍ଚିତ କରେ।

ସରକାର ଧୀରେ ଧୀରେ ସମସ୍ତ ଜିଲ୍ଲାକୁ ଏହି ସୁବିଧା ବିସ୍ତାର କରିବାକୁ ଯୋଜନା କରୁଛନ୍ତି, ଯାହା ଓଡ଼ିଶାର ସାଧାରଣ ବଣ୍ଟନ ବ୍ୟବସ୍ଥାକୁ ସୁଦୃଢ଼ କରିବ ଏବଂ ଦୁର୍ବଳ ସମ୍ପ୍ରଦାୟ ପାଇଁ ଖାଦ୍ୟ ସୁରକ୍ଷା ସୁନିଶ୍ଚିତ କରିବ।

ଏହି ଚାଉଳ ଏ.ଟି.ଏମ ବିଶ୍ବ ଖାଦ୍ୟ ସଂସ୍ଥା (World Food Programme) ଦ୍ବାରା ପ୍ରାୟୋଜିତ ଅଟେ । ଏ ବାବଦରେ ରାଜ୍ୟ ସରକାର ୨୦୨୫-୨୬ ବଜେଟରେ କୌଣସି ବ୍ୟୟବରାଦ କରିନାହାନ୍ତି ।

Leave a Reply

Your email address will not be published. Required fields are marked *