ସର୍ବୋଚ୍ଚ ଖ୍ରୀଷ୍ଟ ଧର୍ମଗୁରୁ ଦିବଂଗତ ପୋପ୍ ଫ୍ରାନ୍ସିସଙ୍କ ସମ୍ମାନାର୍ଥେ ଭାରତରେ ରାଷ୍ଟ୍ରୀୟ ଶୋକ ଘୋଷଣା ହୋଇଥିବା ବେଳେ ଓଡ଼ିଶାରେ ମଧ୍ୟ ଶୋକ ପାଳନ କରାଯାଉଛି। ଏ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ବିଭାଗକୁ ଚିଠି କରାଯାଇଛି। ଆଜି ଓ ଆସନ୍ତାକାଲି ଶୋକ ଦିବସ ପାଳିବ ରାଜ୍ୟ । ଏହା ବ୍ୟତୀତ, ଅନ୍ତିମ ସଂସ୍କାର ଦିନ ଗୋଟିଏ ଦିନ ପାଇଁ ଶୋକ ପାଳନ କରାଯିବ। ଏହାସହ ଶୋକ ପାଳନ ସମୟରେ ସାରା ଭାରତରେ ଯେଉଁଠାରେ ନିୟମିତ ଭାବରେ ଜାତୀୟ ପତାକା ଉଡ଼ାଯାଏ, ସେହି ସମସ୍ତ କୋଠାରେ ଜାତୀୟ ପତାକା ଅର୍ଦ୍ଧନମିତ ରହିବ। ଶୋକ ସମୟରେ କୌଣସି ସରକାରୀ ମନୋରଞ୍ଜନ କାର୍ଯ୍ୟକ୍ରମ ଆୟୋଜନ କରାଯିବ ନାହିଁ । ସୂଚନା ଯୋଗ୍ୟ; ଗତକାଲି ଖ୍ରୀଷ୍ଟ ଧର୍ମର ସର୍ବୋଚ୍ଚ ଧର୍ମଗୁରୁ ପୋପ୍ ଫ୍ରାନ୍ସିସଙ୍କ ଦେହାନ୍ତ ହୋଇଛି ।ଦୀର୍ଘ ସମୟ ଧରି ରୋଗଗ୍ରସ୍ତ ଥିବା ରୋମାନ କ୍ୟାଥଲିକ ଚର୍ଚ୍ଚର ପ୍ରମୁଖ ପୋପ ଫ୍ରାନସିସଙ୍କ ପରଲୋକ ଘଟିଛି । ୮୮ ବର୍ଷ ବୟସରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । Post navigation ସାଉଥ ସୁପରଷ୍ଟାର ମହେଶ ବାବୁଙ୍କୁ ଇଡିର ସମନ ରାଜ୍ୟରେ ହେବନି ବିଦ୍ୟୁତ କାଟ; ନିର୍ଦ୍ଦେଶ ଦେଲେ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ