ନଭେମ୍ବର ୧ରୁ ତହସିଲ୍‌ ଅଫିସ୍‌ରେ ହୋଇପାରିବ ଜମି କିଣାବିକା । ଜମି କାରବାରକୁ ସହଜ କରିବା ପାଇଁ ଏକ ପ୍ରମୁଖ ପ୍ରଶାସନିକ ସଂସ୍କାର ସ୍ୱରୂପ, ଓଡ଼ିଶା ସରକାର ନଭେମ୍ବର ୧ ତାରିଖରୁ ତହସିଲ କାର୍ଯ୍ୟାଳୟରେ ସିଧାସଳଖ ଜମି ପଞ୍ଜୀକରଣ, କ୍ରୟ ଏବଂ ବିକ୍ରୟ ଆରମ୍ଭ କରିବେ। ଏନେଇ ସୂଚନା ଦେଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ।

ସେ କହିଛନ୍ତି ଅନଲାଇନରେ ସ୍ଲଟ୍ ବୁକ୍ କରିବା ପରେ ତହସିଲ ଅଫିସରେ ପଞ୍ଜୀକରଣ କରିହେବ । ନଭେମ୍ବର ୧ରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଶୁଭାରମ୍ଭ କରିବେ । ପ୍ରଥମ ପର୍ଯ୍ୟାୟରେ ୪୪ଟି ତହସିଲ ଅଫିସରେ ମିଳିବ ସୁବିଧା । ଡିସେମ୍ବରରେ ବାକି ୨୭୩ ତହସିଲ୍‌ରେ ଜମି କିଣାବିକା ସେବା ମିଳିବ।

ସେ ଆଉ ମଧ୍ୟ କହିଛନ୍ତି ତହସିଲ କାର୍ଯ୍ୟାଳୟରେ ପ୍ରବନ୍ଧନ କାର୍ଯ୍ୟାଳୟ ହେବ । ଲୋକଙ୍କୁ ଆଉ ମୂଳ ଅଫିସକୁ ଯିବାକୁ ପଡ଼ିବ ନାହିଁ ।

Leave a Reply

Your email address will not be published. Required fields are marked *