ରୋଡ୍ ସଂଯୋଗୀକରଣରେ ୧ ନମ୍ବର ହେବ ଓଡ଼ିଶା । ଏନେଇ ଆଜି ସୂଚନା ଦେଇଛନ୍ତି ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଗୁରୁବାର କେନ୍ଦ୍ର ସଡ଼କ, ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀଙ୍କର ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ରହିଛି । ଯାହାକୁ ନେଇ ଆଜି ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି କାଲି କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ରହିଛି । ସେ ଗତକାଲି ୪ ହଜାର କୋଟିର ୧୯ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିବେ । ସେଥିରୁ ୧୩ଟି ଜାତୀୟ ରାଜପଥ ପ୍ରକଳ୍ପ ୨୯୦୫ କୋଟିର ଶିଳାନ୍ୟାସ କରିବେ । ୪୨୭ କୋଟିରେ ୪ଟି ସିଆରଆଇଏଫ୍ ବ୍ରିଜ୍ ଶିଳାନ୍ୟାସ କରିବେ । ୮୪୧ କୋଟି ଟଙ୍କାର ୨ଟି ଜାତୀୟ ରାଜପଥ ପ୍ରକଳ୍ପର ଲୋକାର୍ପଣ କରିବେ । ସେ ଆଉ ମଧ୍ୟ କହିଛନ୍ତି ରୋଡ଼ ସଂଯୋଗୀକରଣରେ ଓଡ଼ିଶା ୮ ନମ୍ବରରୁ ୧ ନମ୍ବର ହେବ । ଭୁବନେଶ୍ୱରରୁ ପୁରୀ, ମେରାଇନ ଡ୍ରାଇଭ ରୋଡ଼, ପୁରୀରୁ ସାତପଡ଼ା ରାସ୍ତାର ପ୍ରଶସ୍ତିକରଣ ସହ କିଛି ୪ ଲେନକୁ ୬ ଲେନ କରିବାକୁ ପ୍ରସ୍ତାବ ଅଛି । ଉପକୂକ ରାଜପଥ ଏବଂ କ୍ୟାପିଟାଲ ରିଜନ ରିଙ୍ଗ ରୋଡ଼ ଏହି ଦୁଇଟି ରାସ୍ତା ଖୁବଶୀଘ୍ର ଆରମ୍ଭ ହେବ । Post navigation ଭାରତରେ ପ୍ରଥମ ଥର ଏକ୍ସପ୍ରେସ ଟ୍ରେନ୍ରେ ଲାଗିଲା ଏଟିଏମ୍ ସମାଜବାଦୀ ପାର୍ଟିରେ ମିଶିବା ଘଟଣା; ମୁଁ କଂଗ୍ରେସ ଥିଲି ଆଉ ଆଗକୁ ବି ରହିବି : ଶ୍ରୀକାନ୍ତ ଜେନା