ଛାତ୍ରୀଙ୍କ ସହ ଶାରିରୀକ ସଂପର୍କ ରଖିବା ଅଭିଯୋଗରେ ଶିକ୍ଷକ ଗିରଫ । ଲହୁଣିପଡ଼ା ଥାନା ଅଞ୍ଚଳର ଏକ ହାଇସ୍କୁଲର ସାହିତ୍ୟ ଶିକ୍ଷକ ଗିରଫ । ସାହିତ୍ୟ ଶିକ୍ଷକ ତାପସ କୁମାର ବଢ଼େଇଙ୍କୁ ଗିରଫ କଲା ଲହୁଣିପଡ଼ା ପୋଲିସ । ବାରମ୍ବାର ଶାରିରୀକ ସଂପର୍କ ରଖିବା ସହ କାହାକୁ ନ କହିବାକୁ ଧମକ ଦେଇଥିଲେ ।

ଲହୁଣୀପଡ଼ା ଥାନା ହଳଦିକୁଦର ସରକାରୀ ଉଚ୍ଚ ବିଦ୍ୟାଳୟର ସାହିତ୍ୟ ଶିକ୍ଷକ ତାପସ ବାଡାଇ ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ଗିରଫ ହୋଇଛନ୍ତି। ଅଭିଯୁକ୍ତଙ୍କୁ ସୁନ୍ଦରଗଡ଼ର ବୋନାଇଗଡ଼ ଅଞ୍ଚଳର ହଳଦିକୁଦର ସରକାରୀ ହାଇସ୍କୁଲର ଶିକ୍ଷକ ତାପସ କୁମାର ବଧେଇ ଭାବରେ ଚିହ୍ନଟ କରାଯାଇଛି। ପୀଡିତାଙ୍କ ଅଭିଯୋଗ ଆଧାରରେ ଲହୁଣୀପଡ଼ା ପୋଲିସ ଅଭିଯୁକ୍ତ ଶିକ୍ଷକଙ୍କୁ ଗିରଫ କରିଛି।

ସେହିପରି ଆଧାର ସଂଶୋଧନ କରିବା ବାହାନା କରି ସଂପୃକ୍ତ ଛାତ୍ରୀଙ୍କୁ ବଣାଇକୁ ଆଣୁଥିଲେ। ପରେ ନିଜ ଭଡ଼ା ଘରକୁ ନେଇ ଦୁଷ୍କର୍ମ କରୁଥିଲେ। ଏହା କାହାକୁ ନକହିବାକୁ ଧମକ ଦେଉଥିଲେ। ଆଜି ଛାତ୍ରୀ ଜଣଙ୍କ ଥାନାରେ ଏତଲା ଦେବା ଶିକ୍ଷକଙ୍କ କଳାକାରନାମା ସାମ୍ନାକୁ ଆସିଛି, ଫଳରେ ରସିକିଆ ଶିକ୍ଷକ ତାପସ କୁମାର ବଢ଼ାଇଙ୍କୁ ଗିରଫ କରି ପୋଲିସ ଏବେ ଡାକ୍ତରୀ ମାଇନା ପାଇଁ ପଠାଇ ତଦନ୍ତ ଜାରି ରଖିଛି।

Leave a Reply

Your email address will not be published. Required fields are marked *