ଗଣତନ୍ତ୍ର ଦିବସ ପରେଡରେ ଏଥର କର୍ତ୍ତବ୍ୟ ପଥରେ ଗଡ଼ିବନି ଓଡ଼ିଶାର ପ୍ରଜ୍ଞାପନ ମେଢ଼ । ଭାରତର ସରକାରଙ୍କ ତରଫରୁ ପ୍ରକାଶିତ ତାଲିକାରୁ ବାଦ ପଡ଼ିଛି ଓଡ଼ିଶାର ପ୍ରଜ୍ଞାପନ ମେଢ଼ । ମନୋନୀତ ହୋଇଥିବା ରାଜ୍ୟମାନଙ୍କୁ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଚିଠି ଯାଇଥିବାବେଳେ ଓଡ଼ିଶାର ନାଁ ତାଲିକାରେ ନାହିଁ । ଆନ୍ଧ୍ରପ୍ରଦେଶ, ବିହାର, ଗୋଆ, ଗୁଜୁରାଟ, ହରିୟାଣା, ଝାଡ଼ଖଣ୍ଡ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ପଞ୍ଜାବ, ତ୍ରିପୁରା, ଉତ୍ତରପ୍ରଦେଶ, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, ଦାଦ୍ରା ନଗର ହାଭେଲି, ଡାମନ ଓ ଡିୟୁ ଏବଂ ଚଣ୍ଡିଗଡ଼ର ପ୍ରଜ୍ଞାପନ ମେଢ଼ ଚୟନ କରାଯାଇଛି । ଗତବର୍ଷ କର୍ତ୍ତବ୍ୟପଥରେ ଓଡ଼ିଶାର ପ୍ରଜ୍ଞାପନ ମେଢ଼ ପ୍ରଥମ ପୁରସ୍କାର ହାସଲ କରିଥିଲା । Post navigation ଶ୍ରୀଜିଉଙ୍କୁ ଦର୍ଶନ କଲେ ନୂଆ ରାଜ୍ୟପାଳ ହରିବାବୁ କମ୍ଭମପତି ଡିଜିଟାଲ ହେବ ସ୍ୱାସ୍ଥ୍ୟ ବ୍ୟବସ୍ଥା; ପ୍ରେସକ୍ରିପସନରୁ ମୁକ୍ତି ଦେବ ‘ଆଭା’ କାର୍ଡ