ସ୍ଥାୟୀ ନିଯୁକ୍ତି ଦାବିରେ ଓଡ଼ିଶା ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀମାନେ ଆସନ୍ତା ୨ ତାରିଖରୁ ମତ ଓ ମନ୍ତବ୍ୟ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଯାଉଛନ୍ତି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଦେଢ଼ କୋଟି ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଲକ୍ଷ୍ୟ ରଖିଥିବା ଆଜି ସାମ୍ୱାଦିକ ସମ୍ମିଳନୀ ମାଧ୍ୟମରେ ସଂଘ ସୂଚନା ଦେଇଛି । ସଂଘ କହିଛି ସରକାର ଦାବି ପୂରଣ ନକଲା ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲିଥିବ। ୨୦୦୮ ମସିହା ରୁ ୨୦୧୮ ମସିହା ମଧ୍ୟରେ ରାଜ୍ୟର ବିଭିନ୍ନ ଅଣଅନୁଦାନ ଓ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟରେ ନିଯୁକ୍ତ ଅଧ୍ୟାପକ ଓ କର୍ମଚାରୀଙ୍କୁ ସରକାରୀ ଅନୁଦାନ ପ୍ରଦାନ ସହ ନୂତନ ଅନୁଦାନ ନୀତି ପ୍ରଣୟନ ଦାବିରେ ଏହି କାର୍ଯ୍ୟକ୍ରମ କରାଯାଉଥିବା ସୂଚନା ମିଳିଛି। ସଂଘ ଅଭିଯୋଗ ଅନୁସାରେ ୨୦୦୮ ମସିହା ଜୁନ ୧ ତାରିଖ ଠାରୁ ୨୦୧୮ ମସିହା ଜୁନ ୧ ମଧ୍ୟରେ ରାଜ୍ୟର ବିଭିନ୍ନ ଅନୁଦାନ ଓ ଅଣ ଅନୁଦାନ ପ୍ରାପ୍ତ ମହାବିଦ୍ୟାଳୟରେ ନିଯୁକ୍ତି ହୋଇଥିବା ଅଧ୍ୟାପକ ଓ କର୍ମଚାରୀ ମାନେ ନିଜ ଦାୟିତ୍ଵ ସଂପନ୍ନ ଭାବେ କାର୍ଯ୍ୟ କରି ଆସୁଛନ୍ତି । ୧୯୬୯ ମସିହା ଶିକ୍ଷାନୀତି ପ୍ରଣୟନ ରୁ ପ୍ରତି ୫ ବର୍ଷରେ ଥରେ ଅନୁଦାନ ତଥା ଅଣ ଅନୁଦାନ ପ୍ରାପ୍ତ ମହାବିଦ୍ୟାଳୟରେ କାର୍ଯ୍ୟରତ ଅଧ୍ୟାପକ ଓ କର୍ମଚାରୀ ମାନଙ୍କୁ ଅନୁଦାନ ( ଜି ଆଇ ଏ ) ପ୍ରଦାନ କରାଯାଉଥିବା ବେଳେ ୨୦୧୪ ମସିହା ଠାରୁ ଆଉ ନୂତନ ଅନୁଦାନ ନୀତି ପ୍ରଣୟନ ହୋଇନାହିଁ । ଏଥ୍ ସକାଶେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ଦିଆଯାଉଥିଲେ ମଧ୍ୟ କୌଣସି ସୁଫଳ ମିଳୁନଥିବାରୁ ଏହି କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି ଓଡ଼ିଶା ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘ। Post navigation ପୁଣି ମହାକୁମ୍ଭରେ ଲାଗିଲା ନିଆଁ ପୁଣି ସ୍ଥଗିତ ରହିଲା ଶ୍ରୀମନ୍ଦିର ଭିତର ରତ୍ନ ଭଣ୍ଡାର ମରାମତି କାର୍ଯ୍ୟ