ଗଞ୍ଜାମ ଖଲ୍ଲିକୋଟରେ ନିର୍ବାଚନୀ ହିଂସାରେ ଜଣଙ୍କୁ ହତ୍ୟା ଘଟଣାର ତଦନ୍ତ କରିବା ପାଇଁ ଓଡ଼ିଶା ପୁଲିସର ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ ଏସଆଇଟି ଶ୍ରୀକୃଷ୍ଣଶରଣପୁରରେ ପହଞ୍ଚିଛି । ପୋଷ୍ଟର ମରାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପରିବାର ଲୋକ କିନ୍ତୁ ଦଳ ବଦଳ ପାଇଁ ହତ୍ୟା କରାଯାଇଛି ବୋଲି ଅଭିଯୋଗ କରିଛନ୍ତି ।
ଆଜି ଶ୍ରୀକୃଷ୍ଣଶରଣପୁରରେ ଏସଆଇଟିର ୪ ଜଣିଆ ପହଞ୍ଚି ପଚାର ଉଚରା କରିଛନ୍ତି । ସହ ଡଗ୍ ସ୍କ୍ୱାଡ଼ ଓ ଫରେନସିକ ଟିମ୍ ପହଞ୍ଚିଛନ୍ତି । ମୃତକ ଦିଲ୍ଲୀପ ପାହାନଙ୍କ ଘରେ ପଚରାଉଚରା କରିବା ସହ ଛତ୍ରପୁରରେ ଘଟଣାର ଅନୁଧ୍ୟାନ କରୁଛନ୍ତି ଏଡିଜି ।
ଡିଜିପି ଅରୁଣ କୁମାର ସାରଙ୍ଗୀଙ୍କ ନିର୍ଦ୍ଦେଶ ଅନୁଯାୟୀ ଇନ୍ସପେକ୍ଟର ଜେନେରାଲ୍ ପୋଲିସ୍ (ଆଇଜିପି), ସାଉଥ୍ ରେଞ୍ଜ, ଜେ ଏନ ପଙ୍କଜଙ୍କ ଦ୍ୱାରା ଏହି ଏସଆଇଟି ଗଠନ କରାଯାଇଥିଲା।
ବୁଧବାର ରାତିରେ ପୋଷ୍ଟର ଲଗାଇବା କାରଣରୁ ବିଜେଡି କର୍ମୀ ଦିଲ୍ଲୀପ ପହହାନଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି। ଏହି ଘଟଣାରେ ସମ୍ପୃକ୍ତ ଥିବା ଅଭିଯୋଗରେ ନଅ ଜଣଙ୍କୁ ଗିରଫ କରାଯାଇଥିଲା।ଡିଜିପି କହିଛନ୍ତି ଯେ ଏସଆଇଟି ଏହି ମାମଲାରେ ଉପଯୁକ୍ତ ପ୍ରମାଣ ସଂଗ୍ରହ କରିବ । ଅନୁସନ୍ଧାନର ସ୍ଥିତି ଏବଂ ଅଗ୍ରଗତି ସମ୍ପର୍କରେ ଏସଆଇଟି ଆଇଜିପି ବ୍ରହ୍ମପୁର ସମୟ ସମୟରେ ରିପୋର୍ଟ କରିବ ବୋଲି ସେ ପ୍ରକାଶ କରିଛନ୍ତି।

By SonaliP

Leave a Reply

Your email address will not be published. Required fields are marked *