ମୁମ୍ବାଇରେ ଅନୁଷ୍ଠିତ ଇଣ୍ଡିଆ ମେରିଟାଇମ୍ ସପ୍ତାହ (ଭାରତ ସାମୁଦ୍ରିକ ସପ୍ତାହ) ୨୦୨୫ ସମ୍ମିଳନୀ କାର୍ଯ୍ୟକ୍ରମରେ ଓଡିଶା ନିଜର ସାମୁଦ୍ରିକ ଦୃଷ୍ଟିକୋଣ ପ୍ରଦର୍ଶନ କରିଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓଡ଼ିଶା ମଣ୍ଡପ ପରିଦର୍ଶନ କରି ଓଡ଼ିଶା ଏକ ବନ୍ଦର ଭିତ୍ତିକ ଅର୍ଥନୀତି ଗଠନ ପାଇଁ ପ୍ରତିବଦ୍ଧ ଏବଂ ୨୦୪୭ ସୁଦ୍ଧା ଓଡିଶାର ବନ୍ଦର କ୍ଷମତା ୫୦୦ ନିୟୁତ ଟନ ପର୍ଯ୍ୟନ୍ତ ବୃଦ୍ଧି ପାଇବ ବୋଲି କହିଛନ୍ତି । ଓଡ଼ିଶାର ପ୍ରଗତିଶୀଳ ଆଭିମୁଖ୍ୟ, ବନ୍ଦର ନୀତି ଏବଂ ସାମୁଦ୍ରିକ ବିକାଶ ପାଇଁ ରାଜ୍ୟକୁ ଭାରତର ପୂର୍ବ ସାମୁଦ୍ରିକ କରିଡରରେ ଏକ ଅଗ୍ରଣୀ କେନ୍ଦ୍ର ଭାବେ ପ୍ରତିଷ୍ଠିତ କରୁଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହି ଅବସରରେ ଓଡିଶା ସମ୍ପର୍କିତ ବନ୍ଦରରେ ୫୦ ହଜାର କୋଟି ଟଙ୍କାର ନିବେଶ ପାଇଁ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । କହିରଖୁଛୁ ଯେ, ମୁମ୍ବାଇରେ ଇଣ୍ଡିଆ ମାରିଟାଇମ ସମ୍ମିଳନୀକୁ ଗୃହମନ୍ତ୍ରୀ ମନ୍ତ୍ରୀ ଅମିତ ଶାହା ଉଦଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ୧୦୦ରୁ ଅଧିକ ଦେଶର ପ୍ରତିନିଧିମାନେ ସାମିଲ ହୋଇଛନ୍ତି । ବିଶ୍ୱ ସାମୁଦ୍ରିକ କ୍ଷେତ୍ରର ଭବିଷ୍ୟତ ଏବଂ ଏଥିରେ ଭାରତର ନେତୃତ୍ୱ ଉପରେ ଆଲୋଚନା ହେଉଛି । ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି । Post navigation Nuapada By-Election: ନୂଆପଡ଼ା ନିର୍ବାଚନୀ ପ୍ରଚାର ମଇଦାନରେ ଓହ୍ଲାଇଲେ ରାଜେନ୍ଦ୍ର ଢୋଲକିଆଙ୍କ ଧର୍ମପତ୍ନୀ