Odisha Sees Widespread Unrest due to Bharat Bandh

ଭାରତ ବନ୍ଦର ଆଂଶିକ ପ୍ରଭାବ ଓଡ଼ିଶାରେ ପଡ଼ିଛି । ବନ୍ଦ ଫଳରେ ଜନଜୀବନ ପ୍ରଭାବିତ ହୋଇଛି । ବସ୍ ଚଳାଚଳ ଉପରେ ଭାରତ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । କଟକରୁ ବିଭିନ୍ନ ସ୍ଥାନକୁ ବସ୍ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି । ବସ୍ ଟର୍ମିନାଲ ଗୁଡିକ ଖାଁ ଖାଁ ହୋଇପଡ଼ିଛି । ବିକ୍ଷୋଭକାରୀମାନେ ମାଷ୍ଟର କ୍ୟାଣ୍ଟିନ୍ ରେ ‘ଆମ ବସ୍‌’ ଡିପୋରେ ତାଲା ଝୁଲାଇଛନ୍ତି । ସାଧାରଣ ଯାତ୍ରୀ ଆଜି ବହୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।

ପ୍ରାୟ ଶିକ୍ଷାନୁଷ୍ଠାନ ଗୁଡିକ ଆଜି ବନ୍ଦ ଥିବାବେଳେ, ଲୋକସେବା ଭବନ କର୍ମଚାରୀଙ୍କ ପାଇଁ ସରକାର ନିର୍ଦ୍ଦେଶନାମା ଜାରି କରିଥିଲେ । ସକାଳ ୯ଟା ୩୦ ସୁଦ୍ଧା ଏଣ୍ଟ୍ରି, ୧୦ଟା ୧୫ରେ ଗେଟ୍ ବନ୍ଦ ହିବା ନେଇ ଭାରତ ବନ୍ଦ ଡାକରା ପାଇଁ କଡ଼ା ନିର୍ଦ୍ଦେଶନାମା ଜାରି ହୋଇଥିଲା ।

ରାଜ୍ୟର ବିଭିନ୍ନ ସ୍ଥାନରେ ରେଳରୋକ ଉଦ୍ୟମ କରାଯାଇଛି । ଫଳରେ କିଛି ସ୍ଥାନରେ ରେଳ ଚଳାଚଳ ବ୍ୟାହତ ହୋଇଛି । ରାଜଧାନୀ ସ‌ମେତ କଟକ, ପୁରୀ, ବାଲେ‌ଶ୍ବର, ଭଦ୍ରକ, ବଲାଙ୍ଗିର, ତା‌ଳଚେର, ସୁନ୍ଦରଗଡ଼, ଢେଙ୍କାନାଳ, ପାରଳାଖେମୁଣ୍ଡି, ଗଞ୍ଜାମ, ସମ୍ବଲପୁର, ପାରାଦୀପ, ନବରଙ୍ଗପୁର, ଆଦି ସ୍ଥାନମାନଙ୍କରେ ରାସ୍ତାରୋକ କରି ବିକ୍ଷୋଭକାରୀମାନେ ଦୋକାନ ସମେତ ପରିବା ବଜାରକୁ ମଧ୍ୟ ବନ୍ଦ କରିଛନ୍ତି ।

ଆନ୍ଦୋଳନକାରୀମାନେ ଓଡ଼ିଶାର ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଓ କାରଖାନା ଫାଟକ ସାମ୍ନାରେ ବିକ୍ଷୋଭ ଓ ପିକେଟିଂ ପ୍ରଦର୍ଶନ ସହ ରାସ୍ତାରୋକ କରିଥିଲେ । ବିଶେଷ କରି ବ୍ୟାଙ୍କିଂ ସେବା, କୋଇଲା ଖନନ, ଡାକ ସେବା, ବିଭିନ୍ନ କାରଖାନା ପ୍ରଭାବିତ ହୋଇଛି ।

By Nirvay

Leave a Reply

Your email address will not be published. Required fields are marked *