ରାଜ୍ୟରେ ରେରା ଆଇନର ହେବ ପରିବର୍ତ୍ତନ । ଆଜି ସମ୍ବଲପୁର ଡିଏସଆର କାର୍ଯ୍ୟାଳୟରେ ଅଚାନକ ଗସ୍ତ ସମୟରେ ରେରା ଆଇନ ସଂଶୋଧନ ହେବା ନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସୂଚନା ଦେଇ କହିଛନ୍ତି ରେରା ଆଇନରେ ସଂଶୋଧନ ଆବଶ୍ୟକ ହେଉଛି । ରିଅଲଇଷ୍ଟେଟ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରିବା ପାଇଁ ରେରା ଆଇନ କାର୍ଯ୍ୟକାରୀ କରାଯାଇଥିଲା । କିନ୍ତୁ ସହରାଞ୍ଚଳ ରେ ପାର୍ଟ ପ୍ଲଟ ବିକ୍ରି ବନ୍ଦ ଥିବା ଯୋଗୁଁ ଲୋକେ ବହୁ ସମସ୍ୟାର ସମ୍ମୁଖୀନ ହେଉଥିବା ତାଙ୍କ ପାଖକୁ ଅଭିଯୋଗ ଆସିଛି । ଝିଅ ବାହାଘର ପାଇଁ ଜଣେ ଜମି ବିକିବାକୁ ଚାହିଁ ବି ବିକି ପାରୁନି । ଅସୁବିଧା ସମୟରେ ସମସ୍ତ ଜମି ବିକ୍ରି କରିବାର ଆବଶ୍ୟକତା ନାହିଁ। ଜମିର କିଛି ଅଂଶ ବିକ୍ରି କରିପାରିବେ। ସେନେଇ ରେରାର ଆବଶ୍ୟକତା ନହେବା ନେଇ ଆଲୋଚନା ହେବ। ବିଭାଗ ସହ ଆଲୋଚନା ପରେ ନିଷ୍ପତ୍ତି ନିଆଯିବ।

ରାଜସ୍ଵ ମନ୍ତ୍ରୀ ଦଲାଲମାନଙ୍କୁ ସ୍ପଷ୍ଟ ଚେତାବନୀ ଦେଇ କହିଛନ୍ତି କାମ ନଥାଇ ବାରମ୍ବାର ଅଫିସକୁ ଆସିଲେ ଦଲାଲ ବୋଲି ଧରାଯିବ। ସିସିଟିଭି ଫୁଟେଜ ଆଧାରରେ ଫଟୋ ଚିହ୍ନଟ କରି ଡିଏସଆର୍ ଅଫିସ କାନ୍ଥରେ ଲଗାଯିବ। ସେହିପରି ମନ୍ଦ ଉଦ୍ଦେଶ୍ୟ ରଖି ସେବା ଦେବାରେ ଅବହେଳା କଲେ ଓ ପ୍ରମାଣ ମିଳିଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ହେବ। ଲୋକଙ୍କୁ ରାଜସ୍ଵ ସେବା ଦେବାରେ ଅବହେଳା କଲେ କାର୍ଯ୍ୟାନୁଷ୍ଠାନ ହେବ। ଏହା ସହ ଅଧିକାରୀମାନଙ୍କୁ ମଧ୍ୟ ତାଗିଦ୍ କରିବା ସହ ଜନ ସାଧାରଣଙ୍କ ସମସ୍ୟା ଓ ଅଭିଯୋଗ ଶୁଣିଛନ୍ତି। ଏହା ସହ କାର୍ଯ୍ୟାଳୟକୁ ରେଜଷ୍ଟ୍ରି ପାଇଁ ଆସୁଥିବା ଲୋକଙ୍କ ଏକ ତାଲିକା ରଖି ଫିଡବ୍ୟାକ୍ ନେବା ପାଇଁ ଡିଏସଆରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Leave a Reply

Your email address will not be published. Required fields are marked *