ଫେକ୍‌ ଜବ୍‌ କାର୍ଡରେ ପ୍ରଥମ ନମ୍ବରରେ ବିହାର ଥିବା ବେଳେ ଦ୍ବିତୀୟରେ ରହିଛି ଓଡ଼ିଶା । ସଂସଦରେ ଏଭଳି ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ କମଳେଶ ପାସୱାନ ।

ଲୋକସଭାରେ ଟିଏମ୍‌ସି ସାଂସଦଙ୍କ ପ୍ରଶ୍ନରେ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ରାଷ୍ଟ୍ର ମନ୍ତ୍ରୀ ଲିଖିତ ଉତ୍ତର ରଖିଛନ୍ତି । ମନ୍ତ୍ରୀଙ୍କ ସୂଚନା ମୁତାବକ ୨୦୨୪-୨୫ ବର୍ଷରେ ଓଡ଼ିଶାରୁ ୭୫୬୬ ନକଲି ଜବ୍‌ କାର୍ଡ ଧରାପଡ଼ିଛି । ଏକ ନମ୍ବରରେ ଥିବା ବିହାରରୁ ଧରାପଡ଼ିଛି ୮୧୧୧ ନକଲି ଜବ୍‌ କାର୍ଡ । ସେହିପରି ୩ ନମ୍ବରରେ ଆସାମ, ୪ରେ ରହିଛି ଛତିଶଗଡ଼ ଓ ୫ ନମ୍ବରରେ ରହିଛି ତାମିଲନାଡୁ ।

ଓଡ଼ିଶାରେ ମୋଟ ୬୬ ଲକ୍ଷରୁ ଅଧିକ ହିତାଧିକାରୀ ଜବ୍ କାର୍ଡ ପାଇଥିବା ବେଳେ ସେମାନଙ୍କ ମଧ୍ୟରୁ ବର୍ତ୍ତମାନ ୪୩ ଲକ୍ଷ କାର୍ଯ୍ୟକ୍ଷମ ଅଛି । ୨୦୨୨ରୁ ୨୦୨୫ ମଧ୍ୟରେ ସାରା ଦେଶରେ ୧୦ ଲକ୍ଷରୁ ଅଧିକ ନକଲି ଜବ୍ କାର୍ଡକୁ ବାତିଲ କରାଯାଇଛି । ବିଭିନ୍ନ କାରଣରୁ ଯେପରିକି ନକଲି କାର୍ଡ, ନକଲି ହିତାଧିକାରୀ, ପଞ୍ଚାୟତରୁ ସ୍ଥାୟୀ ଭାବେ ସ୍ଥାନାନ୍ତର ହୋଇଥିବା ପରିବାର ଏବଂ ମୃତ ବ୍ୟକ୍ତିଙ୍କ ନାମରେ ଥିବା କାର୍ଡଗୁଡ଼ିକୁ ବାତିଲ କରାଯାଇଥାଏ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ।

Leave a Reply

Your email address will not be published. Required fields are marked *