ବିଶ୍ବ ଦେଖିବ ଓଡ଼ିଶାର କଳା । ଚଳିତବର୍ଷ ସାଧାରଣତନ୍ତ୍ର ଦିବସ ପରେଡ୍‌ରେ ପ୍ରଦର୍ଶିତ ହେବ ଓଡ଼ିଶାର ପ୍ରଜ୍ଞାପନ ମେଢ଼ । ୧୭ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ତାଲିକାରେ ସ୍ଥାନ ପାଇଲା ଓଡ଼ିଶା । ଓଡ଼ିଶାର କଳାକୃତିକୁ ଆଧାର କରି ପ୍ରସ୍ତାବିତ ପ୍ରଜ୍ଞାପନ ମେଢ଼କୁ ମଞ୍ଜୁରୀ । କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ମଞ୍ଜୁରୀ ପ୍ରଦାନ କରାଯାଇଛି ।

ଜାନୁଆରୀ ୧୯ ସୁଦ୍ଧା କାର୍ଯ୍ୟ ଶେଷ କରିବାକୁ ମୁଖ୍ୟ ସଚିବଙ୍କୁ ନିର୍ଦ୍ଦେଶ ଜାରି ହୋଇଛି । ଆସନ୍ତା ଜାନୁୟାରୀ ୨୬ରେ ଜାତୀୟ ରାଜଧାନୀ ଦିଲ୍ଲୀର କର୍ତ୍ତବ୍ୟ ପଥରେ ଓଡ଼ିଶାର କଳା ସଂସ୍କୃତିକୁ ନେଇ ପ୍ରସ୍ତୁତ ପ୍ରଜ୍ଞାପନ ମେଢ଼ ଝଲସିବ । ଏଥିରେ ରାଜ୍ଯର ଐତିହ୍ଯ, ପରମ୍ପରା, ଅସ୍ମିତା ଏବଂ ବିକାଶକୁ ପ୍ରଦଶିର୍ତ କରାଯିବ। ପ୍ଯାରେଡ୍ ପ୍ରଦର୍ଶନ ସହ ପ୍ରଜ୍ଞାପନ ମେଢ଼ ଉକ୍ତ ଉତ୍ସବର ସ୍ବତନ୍ତ୍ର ଆକର୍ଷଣ ହେବା ନେଇ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି।

ଏହା ପୂର୍ବରୁ ୨୨ ତାରିଖରେ ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ଗଣତନ୍ତ୍ର ଦିବସ ପାଳନ ପରିପ୍ରେକ୍ଷୀରେ ପ୍ରଜ୍ଞାପନ ମେଢ଼ ପ୍ରଦର୍ଶନ ନେଇ ଏକ ପ୍ରସ୍ତୁତି ବୈଠକରେ ଏହା ବିଷୟରେ ଆଲୋଚନା ହୋଇସାରିଛି ।

Leave a Reply

Your email address will not be published. Required fields are marked *