ଓଡ଼ିଶାରେ ପ୍ରଥମ ଥର ପାଇଁ ୧୦ଟି ଦ୍ବୀପରେ ହେବାକୁ ଯାଉଛି ଗଣତନ୍ତ୍ର ଦିବସ । ଏନେଇ ସୂଚନା ଦେଇଛନ୍ତି ଆଇନଶୃଙ୍ଖଳା ଏଡିଜି ସଂଜୟ କୁମାର । ସେ କହିଛନ୍ତି ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଓଡିଶା ଉପକୂଲରେ ୧୦ଟି ଦ୍ବୀପ ଚିହ୍ନଟ ହୋଇଛି। ଏହି ଦ୍ବୀପ ଗୁଡ଼ିକରେ କୌଣସି ଲୋକ ବସବାସ କରୁନାହାନ୍ତି। ୨୬ ତାରିଖରେ ଓଡ଼ିଶା ପୁଲିସ୍ ଏହି ଦ୍ବୀପ ଗୁଡ଼ିକରେ ତ୍ରିରଙ୍ଗା ଉଡ଼ାଇବ । ଚଳିତବର୍ଷ ପରେଡ୍ରେ ଆର୍ମି, ବିଏସ୍ଏଫ୍ ଓ ପୋଲିସ ସାମିଲ ହେବେ । ଭୁବନେଶ୍ବରରେ ମୋଟ ୪୮-୪୯ କଣ୍ଟିଜେଣ୍ଟ ପରେଡ୍ରେ ସାମିଲ ହେବେ । ସେଥିପାଇଁ ଦ୍ୱୀପରେ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବ । ସୁରକ୍ଷା ବ୍ୟବସ୍ଥା ଉପରେ ପୁରା ନଜର ରଖାଯାଇଛି । ସବୁ ପୋଲିସ ଅଧୀକ୍ଷକଙ୍କୁ ଆଲର୍ଟ କରାଯାଇଛି । ଏହା ସହ ସିନିୟର୍ ଅଫିସର ସବୁ ଦ୍ୱୀପକୁ ଯାଇ ସର୍ଭେ ସହ ଫଟୋଗ୍ରାଫି କରିବେ ବୋଲି କହିଛନ୍ତି ଏଡିଜି ସଂଜୟ କୁମାର । Post navigation ଚଳିତ ବର୍ଷ ସରକାର ଦେବେ ୪୦ ହଜାର ନିଯୁକ୍ତି ଓଡ଼ିଶାର ୧୯ ଜଣଙ୍କୁ ମିଳିବ ପୋଲିସ ସେବା ପଦକ