ରାଜ୍ୟ ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ଭକ୍ତ ଦାସ ଙ୍କ ବଡ଼ ନିଷ୍ପତ୍ତି । ନିଲମ୍ବନ ହୋଇଥିବା ପୁରୁଖା ନେତାଙ୍କୁ ଦଳକୁ ଅଣାଯିବ । ରାଜ୍ୟ କଂଗ୍ରେସରୁ ସମସ୍ତ ନିଲମ୍ବନ ଓ ବହିଷ୍କାର ପ୍ରତ୍ୟାହାର କରିଛନ୍ତି ଭକ୍ତ ଦାସ ।

ଏ ନେଇ ପ୍ରେସ ବିଜ୍ଞପ୍ତି ଜରିଆରେ ପିସିସି ସଭାପତି ଭକ୍ତ ଦାସ ଘୋଷଣା କରିଛନ୍ତି । ଯେଉଁମାନେ କଂଗ୍ରେସ ଛାଡ଼ିଛନ୍ତି, ସେମାନଙ୍କୁ ଦଳକୁ ଫେରିବାକୁ କହିଛନ୍ତି ଭକ୍ତ ଦାସ ।

ପଶ୍ଚିମ ଓଡ଼ିଶାର ଟାଣୁଆ ନେତା ତଥା ଭବାନୀପାଟଣାର ପୂର୍ବତନ ବିଧାୟକ ହେଉଛନ୍ତି ଭକ୍ତ ଦାସ । ତାଙ୍କୁ ଗତ ମଙ୍ଗଳବାର ଦିନ ପିସିସି ସଭାପତି ଭାବେ ଚୟନ କରିଛନ୍ତି କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେ ।

By Nirvay

Leave a Reply

Your email address will not be published. Required fields are marked *