ବିଧାନସଭା ସଦସ୍ୟଙ୍କ ଦରମା, ଭତ୍ତା ସଂଶୋଧନ ବିଲ୍-୨୦୨୫ ଉପସ୍ଥାପିତ ହୋଇଛି । ପୂର୍ବତନ ବିଧାୟକଙ୍କ ସମେତ ବର୍ତ୍ତମାନର ବିଧାୟକ, ମନ୍ତ୍ରୀ, ବାଚସ୍ପତି ଏବଂ ଉପ-ବାଚସ୍ପତିଙ୍କ ଦରମା, ଭତ୍ତା ଏବଂ ପେନସନ୍ ବଢ଼ିବ। ଓଡ଼ିଶା ବିଧାନସଭାରେ ଆଜି ପୂର୍ବତନ ଏବଂ କାର୍ଯ୍ୟରତ ବିଧାୟକମାନଙ୍କ ଦରମା, ଭତ୍ତା ଏବଂ ପେନସନ ବୃଦ୍ଧି ପ୍ରସ୍ତାବ ନେଇ ଏକ ସରକାରୀ ବିଲ୍ ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି। ବିଧାନସଭାରେ ଏହା ଉପସ୍ଥାପନ ପରେ ସର୍ବସମ୍ମତି କ୍ରମେ ଗୃହିତ ହୋଇଛି ବିଲ୍ । ଏହାପରେ କାର୍ଯ୍ୟ ପରାମର୍ଶଦାତା କମିଟିକୁ ଆଲୋଚନା ପାଇଁ ଗଲା ଗୃହିତ ବିଲ୍ । ବର୍ତ୍ତମାନ ଓଡ଼ିଶାର ବିଧାୟକମାନଙ୍କୁ ଦରମା ୩୫ ହଜାର ଟଙ୍କା, ବିଭିନ୍ନ ଭତ୍ତା ବାବଦକୁ ୬୫ ହଜାର ଟଙ୍କା ମିଳୁଛି। ଏହାସହ ତାଙ୍କୁ ମେଡିକାଲ ପାଇଁ ୫ ହଜାର, ଟେଲିଫୋନ ପାଇଁ ୮ ହଜାର ଟଙ୍କା ମିଳୁଛି। ଆଉ ଏହାପରେ ବିଧାନସଭା କମିଟି ଦରମା ଓ ଭତ୍ତା ବୃଦ୍ଧି କରିବାକୁ ସୁପାରିସ କରିଥିଲା, ଯାହା କି ସରକାରଙ୍କ ବିଚାରାଧୀନ ରହିଛି। ତେଣୁ ଶୀତ ଅଧିବେଶନରେ ଏନେଇ ଗୃହରେ ଆଇନ ଆଣି କାର୍ଯ୍ୟକାରୀ କରିବାକୁ ଦାବି ହୋଇଥିଲା କିଛି ଦିନ ତଳେ ପୂର୍ବତନ ମନ୍ତ୍ରୀ ତଥା ବିଜେଡି ନେତା ନୃସିଂହ ସାହୁ କହିଥିଲେ, ପୂର୍ବତନ ବିଧାୟକମାନେ ରାଜ୍ୟରେ ବହୁ ଅସୁବିଧାରେ ଅଛନ୍ତି। କିଛି ବିଧାୟକଙ୍କ ପରିସ୍ଥିତି ଏପରି ହୋଇଛି ଯେ ସେମାନେ ମୂଲ ଲାଗୁଛନ୍ତି। ତେଣୁ ପୂର୍ବତନ ବିଧାୟକଙ୍କ ପେନସନ ବଢ଼ାଇବାର ଆବଶ୍ୟକତା ରହିଛି ବୋଲି ସେ ଦାବି କରିଥିଲେ। ଏହାସହ ମେଡିସିନ ଖର୍ଚ୍ଚ ହେଉ କି ବଜାର ଦର ଯାହା ଅଛି ତାହା ପେନସନକୁ ଦେଖିଲେ ପର୍ଯ୍ୟାପ୍ତ ହେଉନି। ମୁଖ୍ୟମନ୍ତ୍ରୀ ଯେତେବେଳେ ବିଧାୟକ ଥିଲେ ସେତେବେଳେ ସେ ବିଧାୟକଙ୍କ ଦରମା ବୃଦ୍ଧି କରିବାକୁ ଦାବି କରୁଥିଲେ। ଏବେ ମୁଖ୍ୟମନ୍ତ୍ରୀ ନିଜେ ସେ ଦାବିକୁ ପୂରଣ କରନ୍ତୁ ବୋଲି ସେ ସେତେବେଳେ କହିଥିଲେ । Post navigation Sand Smuggling In Odisha: ବାଲି ଚୋରା ଚାଲାଣ ଅଭିଯୋଗରେ ଜୁନିଅର ମାଇନିଙ୍ଗ ଅଫିସର ନିଲମ୍ବିତ