୭ ଦଫା ଦାବି ସହିତ ୩ ମାସର ଦରମା ମିଳି ନଥିବା ପ୍ରତିବାଦରେ ରାଜଧାନୀ ରାଜରାସ୍ତାରେ ହଜାର ହଜାର ପାଚିକା ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ବିଧାନସଭା ସମ୍ମୁଖରେ ମହିଳାମାନେ ଅହୋରାତ୍ର ଧାରଣାରେ ବସିଛନ୍ତି । ନିଖିଳ ଓଡ଼ିଶା ମଧ୍ୟାହ୍ନ ଭୋଜନ ପାଚିକା ସଂଘ ପକ୍ଷରୁ ଏହି ଧାରଣା ଦିଆଯାଇଛି ।

ବକେୟା ଥିବା ତିନି ମାସର ଦରମା, ଦରମା ବୃଦ୍ଧି, ନିଯୁକ୍ତି ପତ୍ର ପ୍ରଦାନ, ସମାନ କାମକୁ ସମାନ ଦରମା, ଅବସର ବୟସ ସୀମା ୬୨କୁ ବୃଦ୍ଧି, ଛଟେଇ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି, ପ୍ରତି ମାସର ପ୍ରଥମ ସପ୍ତାହରେ ଦରମା ପ୍ରଦାନ ଓ ବିଗତ ସରକାର ଘୋଷଣା କରିଥିବା ମୃତ୍ୟୁ କାଳୀନ ସହାୟତା ୧ ଲକ୍ଷ ଟଙ୍କା ଦେବାକୁ ଦାବି କରିଛନ୍ତି । ସନ୍ଧ୍ୟା ସୁଦ୍ଧା ସରକାର ଆଲୋଚନାକୁ ନ ଆସିଲେ ଆନ୍ଦୋଳନ କୁ ବ୍ୟାପକ କରିବାକୁ ଚେତାବନୀ ଦେଇଛି ପାଚକ ପାଚିକା ରାଜ୍ୟ ସଙ୍ଘ ।

ସରକାର ନୂଆ ବର୍ଷରେ ନୂଆ ଭେଟି ଦେବାକୁ ପ୍ରତିଶ୍ରୁତି ଦେଇଥିଲେ, ହେଲେ ୩ ମାସ ହେବ ଦରମା ଦେଉନାହାନ୍ତି ବୋଲି ଅଭିଯୋଗ କରିଛନ୍ତି ଆନ୍ଦୋଳନରତ ପାଚିକା ।

ଅନ୍ୟପଟେ; ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ପାଚିକା ସଂଘ ସହିତ ଆଲୋଚନା କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ଭାବେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ବିଧାୟକ ଇରାଶିଷ ଆଚାର୍ଯ୍ୟ ଓ ବାବୁ ସିଂ ଆନ୍ଦୋଳନକାରୀ ପାଚିକାଙ୍କୁ ଭେଟିଛନ୍ତି । ସମାନ ଦାବି ସମ୍ପର୍କରେ ଆଲୋଚନା କରିଛନ୍ତି ।

Leave a Reply

Your email address will not be published. Required fields are marked *