ଉତ୍ତର ପ୍ରଦେଶ ପ୍ରୟାଗରାଜସ୍ଥିତ ମଦ୍ରାସାରେ ଗତ ୨୮ ତାରିଖରେ ନକଲି ନୋଟ୍ ରାକେଟ୍ ଠାବହୋଇଥିବା ବେଳେ ଏଥିରେ ଓଡିଶା ଲିଙ୍କ ଥିବା ଜଣାପଡିଛି। ସନ୍ଦେହଜନକ ଗତିବିଧି ନେଇ ବିଶ୍ୱସ୍ତ ସୂତ୍ରରୁ ଖବର ପାଇବା ପରେ ପ୍ରୟାଗରାଜ ପୋଲିସ ଚଢ଼ଉ କରିଥିଲା। ରାକେଟ୍‌ରେ ଭଦ୍ରକର ଜଣଙ୍କ ସମ୍ପୃକ୍ତି ଥିବା ସୂଚନା ମିଳିଛି। ଅଭିଯୁକ୍ତ ହେଲେ ବାସୁଦେବପୁର ଶବରପୁରରେ ଜାହିର ଖାଁ ।

ପ୍ରକାଶ ଯେ, ସଂପୃକ୍ତ ମଦ୍ରାସାରେ କୋଟି କୋଟି ଟଙ୍କାର ଜାଲ୍ ନୋଟ ଛପାଯାଉଥିଲା। କେବଳ ସେତିକି ନୁହେଁ, ମଦ୍ରାସା ଭିତରୁ ଆରଏସଏସ ବିରୁଦ୍ଧରେ ଅପପ୍ରଚାର ପାଇଁ ପୁସ୍ତକ ବି ପ୍ରକାଶିତ ହୋଇଥିବା ଜଣାପଡ଼ିଛି। ଚଢ଼ଉ ପରେ ଏସବୁ ତଥ୍ୟ ସାମ୍ନାକୁ ଆସିଛି।

Leave a Reply

Your email address will not be published. Required fields are marked *