odisha-launches-luxurious-caravan-tourist-service
ପର୍ଯ୍ୟଟକଙ୍କୁ ବିଳାସପୂର୍ଣ୍ଣ ଅନୁଭୂତି ଦେବା ପାଇଁ ଓଡ଼ିଶାରେ ଆରମ୍ଭ ହୋଇଛି କାରାଭାନ ସେବା ।
 
ଓଡ଼ିଶାରେ ପର୍ଯ୍ୟଟନ କ୍ଷେତ୍ରରେ ଅତ୍ୟାଧୁନିକ କାରାଭାନ ଟୁରିଷ୍ଟ ସେବାର ଶୁଭାରମ୍ଭ କରାଯାଇଛି । ଏହି ଯୋଜନା ଦ୍ୱାରା ପର୍ଯ୍ୟଟକମାନେ ଓଡ଼ିଶାର ବିଭିନ୍ନ ପର୍ଯ୍ୟଟନ କ୍ଷେତ୍ରରେ ଅତ୍ୟାଧୁନିକ ଓ ଆରାମଦାୟକ ସେବା ପାଇପାରିବେ । ରାତ୍ରୀଯାପନ ଠାରୁ ଖାଦ୍ୟ ପ୍ରସ୍ତୁତ, ସବୁ ତାରକା ହୋଟେଲ ଭଳି ସୁବିଧା ପାଇବେ ଯାତ୍ରୀ ।
 
ଧଉଳି ପର୍ଯ୍ୟଟନ କ୍ଷେତ୍ରରୁ ଦ୍ଵିତୀୟ ପର୍ଯ୍ୟାୟର ଶୁଭାରମ୍ଭ ହୋଇଛି । VGF ଯୋଜନା ଦ୍ୱାରା ଶୁଭାରମ୍ଭ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।
 
ଏହି କାରାଭାନ ଗାଡ଼ିରେ ଶୌଚାଳୟ, ଶୋଇବା ସହ କିଚେନ୍ ବ୍ୟବସ୍ଥା ରହିଛି ।ହୀରାକୁଦ, ଦେବ୍ରିଗଡ଼, ଶିମିଳିପାଳ, ଚିଲିକା, ଭିତରକନିକା, ସାତକୋଶିଆ, ଦେଓମାଳି ଭଳି ପର୍ଯଟନ କ୍ଷେତ୍ରରେ କାରାଭାନ ସେବା ଉପଲବ୍ଧ ହେବ ।
 
 
 
 

By Nirvay

Leave a Reply

Your email address will not be published. Required fields are marked *