ରାଜନୀତିରେ ବିଶ୍ଵାସ ସୃଷ୍ଟି କରିବା କଷ୍ଟ । କିନ୍ତୁ ବିଶ୍ବାସ  ହରାଇବା ଭାରି ସହଜ । ନବୀନ ପଟନାୟକ ଏହାର ଜ୍ବଳନ୍ତ ଉଦାହରଣ। ୧୯ ବର୍ଷ କାଳ ଲୋକଙ୍କ ଭିତରେ ଯେଉଁ ବିଶ୍ବାସ ସୃଷ୍ଟି କରିପାରିଥିଲେ, ୫ ବର୍ଷ ଭିତରେ ଭିକେ ପାଣ୍ଡିଆନଙ୍କ ଯୋଗୁ ସେ ଏବଂ ତାଙ୍କ ବିଜୁ ଜନତା ଦଳ ଜନତାଙ୍କ ବିଶ୍ଵାସ ହରାଇଲା ଓ ତାଙ୍କ ସରକାର କ୍ଷମତାଚ୍ୟୁତ ହେଲା । ସମାନ ଧାରା ଏତେ ଶୀଘ୍ର ମୋହନ ସରକାର ଧରିବେ ବୋଲି କେହି ବି କଳ୍ପନା କରିନଥିଲେ । କିନ୍ତୁ ତାହାହିଁ ହେବାକୁ ଯାଉଛି।

ନିର୍ବାଚନ କାଳରେ ସବୁଠୁ ଅପଦସ୍ତ ହୋଇଥିବା ଦୁଇଜଣ ଆଇପିଏସ୍ ଅଫିସର ଡିଏସ କୁଟ୍ଟେ ଏବଂ ଆଶିଷ ସିଂ ଯାଉଛନ୍ତି କେନ୍ଦ୍ର ଡେପୁଟେସନକୁ। ଏହି ଦୁଇ ଅଫିସରଙ୍କ ବିରୋଧରେ ତଦନ୍ତ ଲାଗି ରାଜ୍ୟ ସରକାରଙ୍କୁ ସୁପାରିସ କରିଥିଲେ ନିର୍ବାଚନ କମିଶନ। ତଦନ୍ତ ହେଲା ନାହିଁ । କିନ୍ତୁ ମୋହନ ସରକାର କ୍ଲିନଚିଟ୍ ଦେବାପରେ ମୋଦୀ ସରକାର ଏମାନଙ୍କର ଥଇଥାନ ବ୍ୟବସ୍ଥା କରିଦେଇଛନ୍ତି । ଏହାକୁ କୁହାଯାଏ ଡବଲ ଇଞ୍ଜିନ ସରକାରଙ୍କ ଡବଲ ଚମତ୍କାରିତା ।

ଆଶିଷ ୫ ବର୍ଷ ପାଇଁ ଏବଂ କୁଟେ ଅବସର ଗ୍ରହଣ (୨୦୨୮) ପର୍ଯ୍ୟନ୍ତ କେନ୍ଦ୍ର ଅଧୀନରେ ରହିବେ। କିନ୍ତୁ ଏହାଦ୍ବାରା ଭାରତୀୟ ଜନତା ପାର୍ଟି ଜନତାଙ୍କ ବିଶ୍ବାସକୁ ଆଘାତ ଦେଇନାହିଁ କି ? ବିଶ୍ବାସ ସୃଷ୍ଟି କରିବା କଷ୍ଟକର। ବିଶ୍ବାସଘାତ କରିବା ଅତି ସହଜ।

Leave a Reply

Your email address will not be published. Required fields are marked *