ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ୮୦ ବର୍ଷରୁ ଉର୍ଦ୍ଧ୍ବ ବରିଷ୍ଠ ନାଗରିକ ଏବଂ ୮୦ ପ୍ରତିଶତ ବା ତାଠାରୁ ଉର୍ଦ୍ଧ୍ବ ଦିବ୍ୟାଙ୍ଗଙ୍କ ଭତ୍ତା ବଢ଼ାଇଲେ ରାଜ୍ୟ ସରକାର । ଆସନ୍ତା ଜୁନ୍ ମାସରୁ ୩,୫୦୦ ଟଙ୍କା ବର୍ଦ୍ଧିତ ଭତ୍ତା ପାଇବେ ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକ। ଏନେଇ ଡିଏସଏସଓଏସଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ଏହା ଦ୍ୱାରା ୪ ଲକ୍ଷ ୧୭ ହଜାର ୪୯୬ ଜଣ ଉପକୃତ ହେବେ । ଏହି ଭତ୍ତା ବରିଷ୍ଠ ଏବଂ ଦିବ୍ୟାଙ୍ଗ ବ୍ୟକ୍ତି ମାନଙ୍କୁ ସ୍ଵାବଲମ୍ବୀ ଭାବେ ଜୀବନ ଯାପନ କରିବାରେ ସହାୟତା କରିବ । Post navigation ରାଜ୍ୟରେ ଛାତ୍ରଛାତ୍ରୀଙ୍କୁ ବୃତ୍ତିଗତ ଶିକ୍ଷା ପ୍ରଦାନ ପାଇଁ ଆସିଲା ନୂଆ କୋର୍ସ ଚଳତବର୍ଷ ଦଶହରା ପୂର୍ବରୁ ସରିବ କଲେଜ ନିର୍ବାଚନ !