Odisha Health Dept advices People With COVID-Like Symptoms To Avoid Ratha Jatra
କୋଭିଡ ଭଳି ଲକ୍ଷଣ ଥିଲେ ରଥଯାତ୍ରାକୁ ନଯିବାକୁ ସ୍ୱାସ୍ଥ୍ୟ ବିଭାଗର ପରାମର୍ଶ । ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଯେତେ ପାଖେଇ ଆସୁଛି, କୋଭିଡ ସଂକ୍ରମଣ ସେମିତି ଓଡ଼ିଶାରେ ବଢ଼ିବାରେ ଲାଗିଛି । ଏଥିପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପରାମର୍ଶ ଜାରି କରାଯାଇଛି ।
 
ଥଣ୍ଡା, ଜ୍ୱର ଭଳି ଯଦି କିଛି କୋଭିଡ୍‌ ଲକ୍ଷଣ ଅଛି ତେବେ ରଥଯାତ୍ରା ନ ଯାଇ ଘରେ ରହି ରଥଯାତ୍ରା ଦେଖିବାକୁ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଅମରେନ୍ଦ୍ର ନାଥ ମହାନ୍ତି ପରାମର୍ଶ ଦେଇଛନ୍ତି । କେବଳ ରଥଯାତ୍ରା ନୁହେଁ, ଅନ୍ୟ ସମୟରେ ମଧ୍ୟ ଭିଡ଼କୁ ନ ଯିବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପରାମର୍ଶ ଜାରି କରାଯାଇଛି । ଅଯଥା ଭୟଭୀତ ହୁଅନି କି ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ, ସରକାର ଠିକ୍‌ ସମୟରେ ଲୋକଙ୍କୁ ସବିଶେଷ ତଥ୍ୟ ଦେବେ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ।  
 
କେବଳ ଭୁବନେଶ୍ୱର କି କଟକ ନୁହେଁ, ଏବେ ଅନ୍ୟ ସହର ଓ ଜିଲ୍ଲାକୁ ବ୍ୟାପିଲାଣି କରୋନା । ୫ ନୂଆ ଜିଲ୍ଲାକୁ ମିଶାଇ ମୋଟ୍ ୭ଟି ଜିଲ୍ଲାକୁ ଛୁଇଁଲାଣି କୋଭିଡ୍ ।
 
ଚିହ୍ନଟଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୧୬ ଜଣ, କଟକରେ ୯ ଜଣ, ପୁରୀ, ଜଗତସିଂହପୁର, କେନ୍ଦୁଝର, ସୁନ୍ଦରଗଡ ଓ ବାଲେଶ୍ୱରରୁ ଜଣେ ଲେଖାଏଁ କୋଭିଡ ରୋଗୀ ଚିହ୍ନଟ ହୋଇଛନ୍ତି ।

By Nirvay

Leave a Reply

Your email address will not be published. Required fields are marked *