ଏଣିକି ଆଉ ମାଳ ମାଳ ପ୍ରେସକ୍ରିପସନ ଧରି ରୋଗୀ କିମ୍ବା ରୋଗୀଙ୍କ ସମ୍ପର୍କୀୟକୁ ବୁଲିବାକୁ ପଡ଼ିବନାହିଁ । ଗୋଟିଏ ଆକାଉଣ୍ଟରେ ରହିବ ରୋଗୀଙ୍କ ସମସ୍ତ ପୂର୍ବ ଡାଟା । ଖୁବଶୀଘ୍ର ରାଜ୍ୟ ସରକାର ଲାଗୁ କରିବାକୁ ଯାଉଛନ୍ତି ନ୍ୟାସନାଲ ଡିଜିଟାଲ ହେଲଥ ମିଶନ । ଜାତୀୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଲାଗୁହେବ ନେସନାଲ ଡିଜିଟାଲ ହେଲଥ ମିଶନ । ଏହାର ନାମ ରହିବ “ଆୟୁଷ୍ମାନ ଭାରତ ହେଲଥ ଆକାଉଣ୍ଟ” (ABHA)। ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ତ ପଞ୍ଜୀକରଣ ଏହି ଆକାଉଣ୍ଟ ମାଧ୍ୟମରେ ହୋଇପାରିବ । ଏହି ମିଶନ ଅଧୀନରେ ରୋଗୀଙ୍କୁ ମିଳିବ ଏକ ସ୍ୱତନ୍ତ୍ର କାର୍ଡ । ଏହି ଆକାଉଣ୍ଟରେ ଥିବା QR କୋଡ଼ରେ ସ୍କାନ କରି ରୋଗୀଙ୍କ ପୂର୍ବ ଏବଂ ବର୍ତ୍ତମାନର ସମସ୍ତ ତଥ୍ୟ ମିଳିପାରିବ । ଚଳିତ ବର୍ଷ ଫେବୃଆରୀ ସୁଦ୍ଧା ସମସ୍ତଙ୍କୁ ଆଭା ନମ୍ବର ପ୍ରଦାନ କରିବା ପାଇଁ ସରକାରଙ୍କ ଯୋଜନା ରହିଛି ବୋଲି ଆଜି ସ୍ଵାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି । ଏହି କାର୍ଡ ପାଇଁ ଅନଲାଇନରେ ଆବେଦନ କରିବାକୁ ହେବ । Post navigation ଏଥର ଦିଲ୍ଲୀରେ ଗଡିବ ନାହିଁ ଓଡ଼ିଶାର ପ୍ରଜ୍ଞାପନ ମେଢ଼ ରାଜ୍ୟରେ ନିର୍ମାଣ ହେବ ୨୬୦୦ କିମି ଲମ୍ବ ବିଶିଷ୍ଟ ଗ୍ରାଣ୍ଡ ରିଂ ରୋଡ୍