ଆସନ୍ତା ୧୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ ଲୋକଙ୍କୁ ଭେଟି ଦେବେ ରାଜ୍ୟ ସରକାର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନରେ ୫୦ ହଜାର ଅନ୍ତ୍ୟୋଦୟ ଘର ବାଣ୍ଟିବେ ରାଜ୍ୟ ସରକାର। ଏନେଇ ଆଜି ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକ। ସେ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନରେ ଅନ୍ତ୍ୟୋଦୟ ଗୃହ ଯୋଜନାର କାର୍ଯ୍ୟାଦେଶ ଦିଆଯିବ। ପୂର୍ବରୁ ୧ ଲକ୍ଷରୁ ଊର୍ଦ୍ଧ୍ବ ହିତାଧିକାରୀଙ୍କୁ ଏହି ଯୋଜନାରେ ସାମିଲ୍ କରାଯାଇଛି। ନଭେମ୍ବରରେ ପ୍ରଧାନମନ୍ତ୍ରୀ ଆବାସର କାର୍ଯ୍ୟାଦେଶ ବଣ୍ଟନ କରାଯିବ।

ମନ୍ତ୍ରୀ ଆଉ ମଧ୍ୟ କହିଛନ୍ତି ନୂଆ ପିଏମ ଆବାସ ସର୍ଭେରେ ୩୫ ଲକ୍ଷ ହିତାଧିକାରୀ ଆବେଦନ କରିଥିଲେ। ନଭେମ୍ବର ସୁଦ୍ଧା ସମସ୍ତ ପ୍ରକ୍ରିୟା ସରିବ, କାର୍ଯ୍ୟାଦେଶ ପ୍ରକ୍ରିୟା ଆରମ୍ଭ ହେବ। ୩୫ ଲକ୍ଷ ଆବେଦନରୁ ୩ ଲକ୍ଷ ଅନଲାଇନ୍ ଆବେଦନ ଆସିଛି । ଅନଲାଇନ୍ ଆବେଦନର ଯାଞ୍ଚ କରାଯାଉଛି । ଏବେ ଆବେଦନଗୁଡ଼ିକର ଯାଞ୍ଚ ଚାଲିଥିବା ବେଳେ ଠିକ୍ ସମୟରେ ନିଷ୍ପତ୍ତି ନିଆଯିବ ।

Leave a Reply

Your email address will not be published. Required fields are marked *