ପ୍ରଶାସନିକ ସୀମା ପୁନର୍ଗଠନ ପାଇଁ ଜାରି ହୋଇଛି ଡେଡ୍‌ଲାଇନା  । ଆଗାମୀ ଜନଗଣନା ପୂର୍ବରୁ ପ୍ରଶାସନିକ ସୀମା ପୁନଃଗଠନ ପାଇଁ ଏକ ସମୟସୀମା ଘୋଷଣା କରି ଓଡ଼ିଶା ସରକାର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶାସନିକ ପଦକ୍ଷେପ ନେଇଛନ୍ତି। ୩୦ ଜୁନ୍ ସୀମା ପୁନର୍ଗଠନ ଡେଡ୍‌ଲାଇନ । ପ୍ରଶାସନିକ ସୀମା ପୁନର୍ଗଠନ ନେଇ ରାଜସ୍ବ ବିଭାଗ ପକ୍ଷରୁ ବିଜ୍ଞପ୍ତି । ଚଳିତ ବର୍ଷ ଜୁନ ୩୦ସୁଦ୍ଧା ସରିବ ସୀମା ପୁନଃ ନିର୍ଦ୍ଧାରଣ କରିବାକୁ ନିର୍ଦ୍ଦେଶ ଦେଲେ ରାଜସ୍ବ ବିଭାଗ । ଜିଲ୍ଲା, ସବଡିଭିଜନ, ତହସିଲ, ରାଜସ୍ୱ ଗ୍ରାମ, ୟୁଏଲବିର ହେବ ସୀମା ପୁନର୍ଗଠନ । ଆଗାମୀ ଜନଗଣନାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ନିଷ୍ପତ୍ତି । ଆସନ୍ତା ଜୁଲାଇ ୧ରୁ ପ୍ରଶାସନିକ ସୀମା ପୁନର୍ଗଠନ ବନ୍ଦ ନିର୍ଦ୍ଦେଶ ।

Leave a Reply

Your email address will not be published. Required fields are marked *