Odisha Govt revises charges of transportation agents engaged in SNP
ପରିପୁରକ ପୁଷ୍ଟି କାର୍ଯ୍ୟକ୍ରମରେ (Supplementary Nutrition Programme) ଚାଉଳ ଓ ଗହମ ପରି ଶସ୍ୟ ପରିବହନ ପାଇଁ ରାଜ୍ୟ ସରକାର କ୍ୱିଣ୍ଟାଲ ପିଚ୍ଛା ସର୍ବାଧିକ ମୂଲ୍ୟ ୭୫ ଟଙ୍କାରୁ ୧୫୦ ଟଙ୍କାକୁ ବୃଦ୍ଧି କରିଛନ୍ତି । ଏ ସଂପର୍କିତ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅନୁମୋଦନ ଦେଇଛନ୍ତି ।
 
ସୂଚନାଯୋଗ୍ୟ ଯେ ପରିପୁରକ ପୁଷ୍ଟି କାର୍ଯ୍ୟକ୍ରମରେ ଗରମ ରନ୍ଧା ଖାଦ୍ୟ ପାଇଁ ଅଙ୍ଗନବାଡି କେନ୍ଦ୍ର ମାନଙ୍କୁ ଚାଉଳ ଯୋଗାଇ ଦିଆଯାଏ । ଏହାସହିତ ଘରକୁ ରାସନ (Take Home Ration) ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କୁ ଗହମ ପ୍ରଦାନ କରାଯାଇଥାଏ । ଏହି ଚାଉଳ ଓ ଗହମ ପରିବହନ କରିବା ପାଇଁ ପରିବହନ ଏଜେଣ୍ଟ ମାନଙ୍କୁ ନିୟୋଜିତ କରାଯାଇଥାଏ । ୨୦୧୧ ମସିହା ପର ଠାରୁ ଏହି ମୂଲ୍ୟରେ ଆଉ ବୃଦ୍ଧି କରାଯାଇ ନ ଥିଲା । ତେଣୁ ବଢୁଥିବା ଇନ୍ଧନ ଖର୍ଚ୍ଚ ଓ ଅନ୍ୟାନ୍ୟ ଦରଦାମ୍ ବୃଦ୍ଧିକୁ ଦୃଷ୍ଟିରେ ରଖି ପରିବହନ ମୂଲ୍ୟରେ ବୃଦ୍ଧି କରାଯାଇଛି ।
 
ଏହି ବର୍ଦ୍ଧିତ ମୂଲ୍ୟ ବର୍ତ୍ତମାନ ନିୟୋଜିତ ଥିବା ପରିବହନ ଏଜେଣ୍ଟ ମାନେ ଦାବୀ କରିପାରିବେ ନାହିଁ । କେବଳ ନୂତନ ଭାବେ ନିୟୋଜିତ ହେବାକୁ ଥିବା ଏଜେଣ୍ଟ ମାନଙ୍କ ପାଇଁ ଏହା ଲାଗୁ ହେବ ।
 
ପରିବହନ ପାଇଁ ଯେଉଁ ନୂଆ ଏଜେଣ୍ଟ ମାନଙ୍କୁ ନିୟୋଜିତ କରାଯିବ, ଟେଣ୍ଡର ପ୍ରକ୍ରିୟା ଜରିଆରେ ଏହାର ପ୍ରକୃତ ମୂଲ୍ୟ ନିର୍ଦ୍ଧାରଣ କରାଯିବ । ପରିବହନର ମୂଲ୍ୟ କ୍ୱିଣ୍ଟାଲ ପିଚ୍ଛା ୧୫୦ ଟଙ୍କାରୁ ଅଧିକ ହୋଇପାରିବ ନାହିଁ ।

By Nirvay

Leave a Reply

Your email address will not be published. Required fields are marked *