ସରକାରୀ କର୍ମଚାରୀଙ୍କ ଗୁପ୍ତ ଚରିତ୍ର ପଞ୍ଜିକାରୁ ହଟିଲା ଫାଇଭ୍‌-ଟି ଚାର୍ଟର । ଫାଇଭ୍‌-ଟି ଚାର୍ଟର ହଟାଇଛନ୍ତି ରାଜ୍ୟ ସରକାର । ଏବେ ଏହାର କୌଣସି ଆବଶ୍ୟକତା ନଥିବା ଦର୍ଶାଇ ହଟାଗଲା । କ, ଖ ଏବଂ ଗ ବର୍ଗର ସରକାରୀ କର୍ମଚାରୀଙ୍କ ସିସିଆର୍‌ରୁ ହଟାଯାଇଛି । ଫାଇଭ୍‌-ଟି ଚାର୍ଟର ଓ ‘ମୋ ସରକାର’ ହଟାଇବାକୁ ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ୨୦୧୯-୨୦ ପୂର୍ବରୁ ପ୍ରଚଳିତ ଫର୍ମାଟକୁ ପୁନଶ୍ଚ ପ୍ରଚଳନ ପାଇଁ ବିଜ୍ଞପ୍ତି ।

ସୂଚନଯୋଗ୍ୟ; ୫-ଟି’ ହେଉଛି ଟ୍ରାନ୍ସପରେନ୍ସି, ଟେକ୍ନୋଲୋଜି, ଟିମ୍-ୱାର୍କ, ଟାଇମ୍, ଟ୍ରାନ୍ସଫର୍ମେସନକୁ ବୁଝାଏ । ଓଡ଼ିଶାରେ ସରକାରୀ କାର୍ଯ୍ୟାଳୟରେ କାର୍ଯ୍ୟରତ କର୍ମଚାରୀଙ୍କ ମଧ୍ୟରେ ବୃତ୍ତିଗତ ଓ ବ୍ୟାବହାରିକ ପରିବର୍ତ୍ତନ ପାଇଁ ‘ମୋ ସରକାର’ର ଆରମ୍ଭ ହୋଇଥିଲା ।

Leave a Reply

Your email address will not be published. Required fields are marked *